ଦିଲ୍ଲୀରେ ପୁଣି ଗଣ ଆତ୍ମହତ୍ୟା ! ୩ ପିଲାଙ୍କ ସମେତ ଘର ଭିତରୁ ବାପାମାଆଙ୍କ ପଚା ମୃତଶରୀର ଉଦ୍ଧାର

ଅପରାଧ ଦେଶ -ବିଦେଶ ବଡ ଖବର

#୩_ ପିଲାଙ୍କ_ ସମେତ_ ଘର_ ଭିତରୁ _ବାପା_ମାଆଙ୍କ_ ପଚା_ ମୃତଶରୀର_ ଉଦ୍ଧାର ନୂୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାରେ  ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ଭଜନପୁରାର ଏକ ଘର ଭିତରୁ ଏହି ୫ ଜଣଙ୍କ ମୃତଶରୀର ମିଳିଛି। ବୁଧବାର ପୁଲିସ୍‌ ମୃତକଙ୍କ ବାସଭବନରୁ ସେମାନଙ୍କ ମରଶରୀର ଉଦ୍ଧାର କରିଛି। ସମସ୍ତେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ୍‌ ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି ଯେ ମୃତକମାନେ ହେଉଛନ୍ତି ପତି-ପତ୍ନୀ ଓ ସେମାନଙ୍କର ୩ ସନ୍ତାନ । ମୃତକ ଶମ୍ଭୁ କୁମାର ହେଉଛନ୍ତି ଜଣେ ଅଟୋ ଚାଳକ ଓ ତାଙ୍କ ପତ୍ନୀଙ୍କ ନାମ ସୁନିତା। ସେମାନଙ୍କର ୧୨ ବର୍ଷ, ୧୬ ବର୍ଷ ଓ ୧୮ ବର୍ଷ ବୟସର ୩ ପିଲାଙ୍କର ମୃଦଦେହ ମଧ୍ୟ ଉଦ୍ଧାର ହୋଇଛି।

ଶମ୍ବୁଙ୍କ ସହ ତାଙ୍କ ପତ୍ନୀ ଓ ୩ ପିଲାଙ୍କ ମୃତଦେହ ତାଙ୍କ ଘରୁ ପୁଲିସ୍‌ ଉଦ୍ଧାର କରିବା ପରେ ସେମାନଙ୍କର ମୃତ୍ୟୁ ୪ ଦିନ ତଳୁ ଘଟିଛି ବୋଲି ସୂଚନା ଦେଇଛି। ମୃତ୍ୟୁ ପରେ ତାଙ୍କ ଘରେ କେହି ନ ଥିବା କାରଣରୁ ଏତେ ଦିନ ଧରି ମୃତ ଶରୀର ତାଙ୍କ ଘର ଚଟାଣରେ ପଡ଼ି ରହିଥିଲା।

ଆଜି ସକାଳ ପ୍ରାୟ୧୧.୩୦ ସମୟରେ ପୁଲିସ୍‌ ସେମାନଙ୍କ ମୃତଶରୀର ଉଦ୍ଧାର କରିଛି।  ପୁଲିସ୍‌ ମୃତଶରୀରକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ, ଏପରି ଅଘଟଣ କିପରି ଘଟିଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ।