ବିରଜା ମହିଳା ମହାବିଦ୍ୟାଳୟରେ , ବାଳିକା ଆତ୍ମରକ୍ଷା କୌଶଳ ଶିବିର

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

ଯାଜପୁର : ଯାଜପୁର ପୌରପାଳିକା ଅନ୍ତର୍ଗତ ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୧୨ ଦିନବ୍ୟାପୀ ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି । ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଶ୍ରୀମତୀ ସୁକାନ୍ତିଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଖିଳ ରଞ୍ଜନ ପାଢ଼ୀ, ସମ୍ମାନୀତ ଅତିଥିଭାବେ +୨ ରାଜନୀତି ବିଜ୍ଞାନ ଅଧ୍ୟାପକ ଗୌରସୁନ୍ଦର ଦାସ, +୩ର ଅର୍ଥନୀତିର ଅଧ୍ୟାପିକା ଅନୀତା ମହାପାତ୍ର ଏବଂ +୩ର ଇତିହାସ ବିଭାଗର ଅଧ୍ୟାପକ ତରଣୀସେନ ଜେନାଙ୍କ ପରିଚାଳନାରେ ଟ୍ରେନର ଭାଗ୍ୟଶ୍ରୀ ମହାପାତ୍ର ଏବଂ ଇନ୍ଦ୍ରାଣୀ ହଳଧର ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳକୁ ତାଲିମ ଦେଉଥିଲେ । ଅଧ୍ୟାପକ ତରଣୀସେନ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ରୀମାନଙ୍କୁ ତାଲିମର ସାର୍ଟିଫିକେଟ୍ ଏବଂ ରି-ଆକ୍ଟ ପୁସ୍ତକକୁ ଅଧ୍ୟକ୍ଷା ଏବଂ ଅତିଥିମାନେ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।