ପ୍ରତ୍ୟେକ ଖବରକୁ ଗଣମାଧ୍ୟମ ଗୁରୁତ୍ୱ ଦେବା ଉଚିତ୍: ରାଜ୍ୟପାଳ

ଓଡିଶା ମହାନଗର ରାଜ୍ୟ

ଭୁବନେଶ୍ୱର: ଏକ ସଶକ୍ତ ଓ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଗଣମାଧ୍ୟମ ହେଉଛି ସାଧାରଣ ଲୋକଙ୍କ ସ୍ୱର । ସେମାନଙ୍କର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ । ମାଜରେ ଘଟୁଥିବା ଅନେକ ସକାରତ୍ମକ ଘଟଣା ଲୋକଲୋଚନକୁ ଆସିବା ଦରକାର । ସବୁ ପ୍ରକାର ଖବର ପ୍ରକାଶ ପାଇଲେ ଖବରକାଗଜର ମହତ୍ତ୍ୱ ରହିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ମଙ୍ଗଳବାର ଜୟଦେବ ଭବନ ଠାରେ ଦୈନିକ ଉର୍ଦ୍ଦୁ ଖବରକାଗଜ “ଅଖବାରନାମା’ର ୮ମ ସ୍ୱନକ୍ଷତ୍ର ଉତ୍ସବକୁ ଉଦ୍ଘାଟନ କରି ଏହା କହିଛନ୍ତି ରାଜ୍ୟପାଳ । ଏହି ଅବସରରେ ଅଖବାରନାମା ଖବରକାଗଜର ସମ୍ପାଦକ ଶେଖ୍ ସିରାଜ ମହମ୍ମଦ, ପରି·ଳନା ସମ୍ପାଦକ ଶେଖ୍ ରିଆଜ ମହମ୍ମଦ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥି ପ୍ରଫେସର ଗଣେଶୀ ଲାଲ୍ ଏବଂ ଅନ୍ୟାନ୍ୟ ଅତିଥିଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ (ମେମେଣ୍ଟୋ) ଦେଇ ସମ୍ମାନିତ କରିଥିଲେ ।

ରାଜ୍ୟପାଳ ଆହୁରି କହିଛନ୍ତି, ରାଜନୀତି ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟିକରେ । କିନ୍ତୁ ସଂସ୍କୃତି ଲୋକମାନଙ୍କୁ ଯୋଡ଼େ । ସୃଷ୍ଟି ଏକ ଏବଂ ଏହାର ସ୍ରଷ୍ଟା ମଧ୍ୟ ଏକ୍ । ଆମ ଦେଶରେ ବହୁ ଧର୍ମର ସମାହାର ଦେଖିବାକୁ ମିଳେ, ଆଉ ସବୁ ଧର୍ମ କେବଳ ସମସ୍ତଙ୍କୁ ଭଲ ପାଇବା ହିଁ ଶିକ୍ଷା ଦେଇଥାଏ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ ପ୍ରକାର ସୁଗନ୍ଧିତ ଫୁଲ ଅତି ସୁନ୍ଦର ମହକ ଦେଇଥାଏ, ଫୁଲର ବାସ୍ନା ଯେପରି ବିଭେଦ ଓ ବନ୍ଧନମାନେ ନାହିଁ, ସେହିପରି ମାନବୀୟ ସତ୍ତା ସମସ୍ତ ସଂକୀର୍ଣ୍ଣତାକୁ ଅତିକ୍ରମ କରିବା ଦରକାର । କିଏ ପ୍ରକାଶ କହେ, କିଏ ନୁର୍ କହେ ତ’ ପୁଣି କିଏ ଲାଇଟ୍ କୁହେ । କିନ୍ତୁ ସମସ୍ତ କଥା ଆଲୋକକୁ ହିଁ ବୁଝାଇଥାଏ । ସେହିପରି ଗୀତା, କୋରାନ୍ ହେଉ ଅବା ବାଇବେଲ୍ କିମ୍ବା ଇଶ୍ୱର, ଆଲ୍ଲା ହୁଅନ୍ତୁ ବା ଯୀଶୁ ସମସ୍ତେ ଏକ୍ । କେବଳ ଅଲଗା ଅଲଗା ନାମରେ ଆମ ମଧ୍ୟରେ ପରିଚିତ ବୋଲି କହିଛନ୍ତି ରାଜ୍ୟପାଳ । ସେହିପରି କୋରାନ୍ରେ ଥିବା ସଙ୍ଗୀତ ଓ ବାଇବେଲେ୍ ପ୍ରୟୋଗ ଉର୍ଦ୍ଦୁ ଭାଷା ଅନନ୍ୟ ସାହିତ୍ୟ ସୃଷ୍ଟି କରିଥାଏ । ସମସ୍ତେ ଏକାଠି କାର୍ଯ୍ୟକଲେ ଆମ ଦେଶ ସଶକ୍ତ ହେବ ବୋଲି କହିଛନ୍ତି ରାଜ୍ୟପାଳ ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଖୁବ୍ କମ୍ ଦିନ ମଧ୍ୟରେ ଅଖବାରନାମା ଭଳି ଏକ ଉର୍ଦ୍ଦୁ ଖବରକାଗଜ ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି । ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବାରେ ଏହା ଗୁରୁଦାୟିତ୍ୱ ର୍ନିବାହ କରିଛି । ରାଜ୍ୟର ଏକମାତ୍ର ଦୈନିକ ଉର୍ଦ୍ଦୁ ସମ୍ବାଦପତ୍ର ଭାବେ ଏହା ନୂଆ ଉଦାହରଣ ସୃଷ୍ଟି କରିପାରିଛି । ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ମକବୁଲ୍ ଇସଲାମ୍ କହିଥିଲେ ଯେ ଭାଷା ହେଉଛି ଆମ ପରିଚୟ । ଉର୍ଦ୍ଦୁ ହେଉଛି ଦେଶର ୧୧ତମ ଭାଷାୟ ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚିବ ଓ ଖବରକାଗଜ ବଞ୍ଚିଲେ ସଭ୍ୟତା ବଞ୍ଚିବ । ସେହିପରି ଇସଲାମ୍ରେ ସୁଫି ଦର୍ଶନ ଓ ବେଦ ବେଦାନ୍ତ ମଧ୍ୟରେ ନିବିଡ଼ ସମନ୍ୱୟ ରହିଛି ବୋଲି ସେ କହିଥିଲେ । ବରିଷ୍ଠ ସାମ୍ବାଦିକ ଦିଲୀପ୍ ବିଶୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅଖବାରନାମାର ପରି·ଳନା ସମ୍ପାଦକ ସେଖ୍ ରିଆଜ୍ ମହମ୍ମଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସେଖ୍ ସିରାଜ୍ ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ରାଜ୍ୟପାଳ । ସମ୍ମାନିତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ମହମ୍ମଦ ଅବଦୁଲ୍ ବାରୀ, ମୌଲାନା ସୟଦ ନକିବୁଲ୍ ଅମିନ୍ ବର୍କି, ସୟଦ ରେହେମାନୀ, ସଲ୍ମା ଆଜ୍ମୀ ବାନୁ, ଡକ୍ଟର ଅବଦୁଲ ଓସିଦ୍ ଖାଁ ଓ ମହମ୍ମଦ୍ ଫକରୁଦ୍ଦିନଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍କଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

ସଭାକାର୍ଯ୍ୟ ପରିଚଳନା କରିଥିଲେ ରାଜଲକ୍ଷ୍ମୀ ବେଦୁଲା । ସଭା କାର୍ଯ୍ୟ ଶେଷ ହେବା ପରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ଗୁଲ୍ସନ୍ ନଦିମ୍ ଏବଂ ସାଥୀ କଳାକାରମାନେ । ଏହି ସାଂସ୍କୃତି କାର୍ଯ୍ୟକ୍ରମରେ ଶୁଣିବାକୁ ମିଳିଥିଲା ୭୦ ଦଶକର ଲୋକପ୍ରିୟ ବଲିଉଡ୍ ଗୀତ । ଯାହାକୁ ଶୁଣି ମନ୍ତମୁଗ୍ଧ ହୋଇଥିଲେ ସେଠାରେ ଉପସ୍ଥିତି ଥିବା ଶତାଧିକ ଶ୍ରୋତା ।