ଯାଜପୁର ମାତୃସଦନରେ ଶ୍ରୀଅରବିନ୍ଦଙ୍କ ଦେହାଂଶ ପ୍ରତିଷ୍ଠା ଦିବସ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

ଯାଜପୁର : ଯାଜପୁର ମାତୃସଦନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଯୋଗୀ ପ୍ରଭୁ ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠାର ୨୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ପୂର୍ବାହ୍ନ ୯.୩୦ମି. ରେ ଭାରତର ଆଧ୍ୟାତ୍ମିକ ପତାକାକୁ ମାତୃସଦନ ଟ୍ରଷ୍ଟର ବରିଷ୍ଠ ସଭ୍ୟ ରାଘବ ବିଶ୍ୱାଳ ଉତ୍ତୋଳନ କରିଥିଲେ । ଏହାପରେ ଶ୍ରୀଅରବିନ୍ଦଙ୍କ ସମାଧିରେ ଧୂପ ପୁଷ୍ପ ଅର୍ପଣ କରାଯିବା ପରେ ୯ଟା ୪୫ ରୁ ୧୦ଟାରେ ସମବେତ ଧ୍ୟାନ ଅନୁଷ୍ଠିତ ହେବାପରେ ମାତୃସଦନ ପରିସରରେ ପ୍ରଭୁ ଶ୍ରୀଅରବିନ୍ଦଙ୍କ ଜୀବନାଦର୍ଶ ଉପରେ ଏକ ସାରଗର୍ଭକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନାଚକ୍ରରେ ଭାଗିରଥି ମହାପାତ୍ର, ଯଦୁନନ୍ଦନ ସାମଲ ପ୍ରମୁଖ ବକ୍ତାଭାବେ ଯୋଗଦାନ କରିଥିଲେ । ଏହାପରେ ସମୁହ ପ୍ରସାଦ ସେବନ କରାଯାଇଥିଲା । ଏହି ଉତ୍ସବକୁ ଆୟୋଜନ ତଥା ପରିଚାଳନାରେ ସର୍ବଶ୍ରୀ ଆନନ୍ଦ ସାହୁ, କହ୍ନେଇ ଚରଣ ପୃଷ୍ଟି, ନାରାୟଣ ସେନାପତି, ରବିପ୍ରସାଦ ସାମଲ, ଖଗେଶ୍ୱର ବେହେରା, ମାମିନା ପଣ୍ଡା, ଅଜୟ ରଣା, ଶିଶିର ମହାନ୍ତି, ବିଷ୍ଣୁପ୍ରିୟା ଖୁଣ୍ଟିଆ, ସତ୍ୟଭାମା ସାହୁ ଓ ବିଷ୍ଣୁପ୍ରିୟା ସେନାପତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଉତ୍ସବରେ ଯାଜପୁର ସହର ତଥା ଆଖପାଖ ଅଞ୍ଚଳର ବହୁ ମାତୃପ୍ରେମୀ ଯୋଗଦେଇଥିଲେ ।