ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଅମାନିଆଙ୍କ_ପାଇଁ_କଠୋର_କାର୍ଯ୍ୟାନୁଷ୍ଠାନ_ଆବଶ୍ୟକ       କେନ୍ଦ୍ରାପଡା   :  କରୋନା ସଂକ୍ରମଣ ଶିକୁଳିକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ଉଦ୍ୟମ ଜାରି ରଖିଥିବା ବେଳେ କେତେକ ବ୍ୟକ୍ତି ଏହାକୁ ଖାତିର କରୁନାହାନ୍ତି । ବିଭିନ୍ନ ସ୍ଥାନରେ ହେଉଥିବା ହାଟ ଗୁଡିକୁ ପୈାରସଂସ୍ଥା ପକ୍ଷରୁ ବନ୍ଦ କରି ଇଛାପୁର ସ୍ଥିତ ରଥ ଦାଣ୍ଡରେ ହାଟ ସ୍ଥାନାନ୍ତର କରିବା ପାଇଁ ପୈାରସଂସ୍ଥା ନିଷ୍ପତି ନେଇଛି । ଏହି ରଥ ଦାଣ୍ଡଟି ପ୍ରସସ୍ଥ ଥିବାରୁ ପରିବା ବ୍ୟବସାୟୀଙ୍କୁ ବସିବା ପାଇଁ ୫ ଫୁଟ ବ୍ୟବଧାନରେ ‘ଠ’ ଚିହ୍ନ ଦିଆ ଯାଇଥିଲା । ରବିବାର ସାପ୍ତାହିକ ଏହି ହାଟରେ ପରିବା କିଛି ବ୍ୟକ୍ତି ସାମାଜିକ ଦୂରତାକୁ ନମାନି ପୂର୍ବଭଳି ଲଗାଲଗହି ହୋଇ ସଉଦା କିଣିବା ଦେଖିବାକୁ ମିଳିଛି । ଏହି ଅମାନିଆ ଲୋକ ମାନଙ୍କ ପାଇଁ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ସାଧାରଣରେ ଦାବି ହୋଇଛି ।