କୋଭିଡ-୧୯କୁ ରୋକିବାରେ ଆୟୁଷ ଚିକିତ୍ସକ ବଳିଷ୍ଠ ଭୂମିକା ତୁଲାଇପାରିବେ – ପ୍ରଧାନମନ୍ତ୍ରୀ

ଦେଶ -ବିଦେଶ ବଡ ଖବର

#କୋଭିଡ_୧୯କୁ_ରୋକିବାରେ_ଆୟୁଷ_ଚିକିତ୍ସକ_ବଳିଷ୍ଠ_ଭୂମିକା_ତୁଲାଇପାରିବେ        ନୂଆଦିଲ୍ଲୀ   :   ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୁଷ ଚିକିତ୍ସକଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ସୁସ୍ଥ ରଖିବାରେ ଆୟୁଷର ଏକ ସୁଦୀର୍ଘ ପରମ୍ପରା ରହିଛି । କୋଭିଡ-୧୯କୁ ପ୍ରତିହତ କରିବା ଦିଗରେ ଆୟୁଷ କ୍ଷେତ୍ର ବହୁମୂଖୀ ଭୂମିକା ତୁଲାଇପାରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଆୟୁଷ ଚିକିତ୍ସକମାନେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଲୋକମାନଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିବାରେ ଆୟୁଷ ମନ୍ତ୍ରଣାଳୟ ଘରକୁ ଘର ଯୋଗର ଉପାଦେୟତା ପ୍ରସାର କରେଇବା ନେଇ ପ୍ରଧାନମନ୍ତ୍ରୀ ଆୟୁଷ ମନ୍ତ୍ରଣାଳୟର ଭୂମିକାକୁ ପ୍ରଶଂସା କରିଥିଲେ । ଆୟୁଷ ଚିକିତ୍ସକମାନଙ୍କ ଦ୍ୱାରା ଏହି ସଂକ୍ରମଣର ନିରାକରଣ ନେଇ ଦାବୀ କରାଯାଉଥିବା ବେଳେ ଆୟୁଷ ବିଜ୍ଞାନୀ, ଆଇସିଏମଆର,ସିଏସଆଇଆର ଏବଂ ଅନ୍ୟନ୍ୟ ଗବେଷଣା ସଂଗଠନଗୁଡିକ ଏ ଦିଗରେ ମିଳିତ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଆହ୍ୱାନର ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟସେବାରେ ନିଯୁକ୍ତ ସମସ୍ତ କର୍ମଚାରୀ ଏକାଠି ହେବା ଆବଶ୍ୟକ । ଆବଶ୍ୟକ ପଡିଲେ ଆୟୁଷ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଘରୋଇ ଚିକିତ୍ସକମାନେ ମଧ୍ୟ ଏ ଦିଗରେ ସହାୟତାର ହାତ ବଢ଼ାଇପାରିବେ ।