ରାୟଗଡ଼ା ଚଇତି ମହୋତ୍ସବରେ ବାଜା ବଜାଇଲେ ମନ୍ତ୍ରୀ, ନାଚିଲେ ବିଧାୟକ

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ରାୟଗଡା

ରାୟଗଡ଼ା : ରାୟଗଡ଼ା ଜିସିଡି ପଡିଆରେ ୫ଦିନ ଧରି ଚାଲିଥିବା ଚଇତି ମହୋତ୍ସବର ମୁଖ୍ୟ ଉଦେଶ୍ୟ ହେଉଛି ସମୟ କ୍ରମେ ଲୁଚି ଯାଉଥିବା କଳା ସଂସ୍କୃତିକୁ ପୁଣି ଥରେ ଲୋକ ଲୋଚନକୁ ଆଣିବା। ଚଇତିର ଶେଷ ସଂଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲା ଓଡିଶୀ ନୃତ୍ୟ, ଢେମସା, ଆଦିବାସୀ ନୃତ୍ୟ, ଛଉ ନୃତ୍ୟ ଓ ଆସାମର ବିହୁ ନୃତ୍ୟ।

ଚଇତି ମହୋତ୍ସବକୁ ମନ ଭରି ଉପଭୋଗ କରିଥିବା ଦର୍ଶକ ମହୋତ୍ସବ ପଡ଼ିଆରେ ପଡ଼ିଥିବା ଖାଦ୍ୟ ମେଳାର ବି ଫାଇଦା ଉଠାଇଛନ୍ତି। ମେଳା ବୁଲି ଚଟ୍‌ପଟା ଖାଦ୍ୟ ଖାଇବା ସହ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାର ପ୍ରସ୍ତୁତ ଘର କରଣା ଜିନିଷ କିଣାକିଣି କରିଛନ୍ତି।