ରୋହିତଙ୍କ ସ୍ତାନରେ ଖେଳିବେ ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ

ଖେଳ ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ହିଟମ୍ୟାନ ରୋହିତ ଶର୍ମା ଆହତ ହେବା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ଓ ଟେଷ୍ଟ ଦଳରୁ ବାଦ ପଡ଼ିଛନ୍ତି। ରୋହିତଙ୍କ ସ୍ତାନରେ ଟିମ୍ ଇଣ୍ଡିଆର ଦୁଇ ଯୁବ ଖେଳାଳି ଦଳରେ ସ୍ତାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚପାଇଁ ରୋହିତଙ୍କ ସ୍ତାନରେ ମୟଙ୍କ ଅଗ୍ରୱାଲ ଖେଳିବାକୁ ଥିବା ବେଳେ ଟେଷ୍ଟ ସିରିଜରେ ଶୁଭମନ ଗିଲଙ୍କୁ ଚୟନ କରାଯାଇଛି।
ଭାରତୀୟ କ୍ରିକେଟ ଦଳ ବୁଧବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ‌ରେ ତିନିଟିକିଆ ଦିନିକିଆ ସିରିଜ ଏବଂ ଦୁଇଟିକିଆ ଟେଷ୍ଟ ସିରିଜ ଖେଳିବ।
ଉଲ୍ଲେଖ ଯୋଗ୍ୟ, ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗନୁଇରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚରେ ବ୍ୟାଟିଂ ସମୟରେ ରେହିତ ଆହତ ହୋଇଥିଲେ। ଏହି କାରଣରୁ ସେ ସମ୍ପୂର୍ଣ୍ଣ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି। ଯାହା ଫଳରେ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ ସିରିଜ୍ ଏବଂ ଟେଷ୍ଟ ସିରିଜ୍ ଖେଳିପାରିବେ ନାହିଁ।