ବାହାଘର ଭୋଜି ଖାଇ ୬୦ ଅସୁସ୍ଥ

ଓଡିଶା ବଡ ଖବର ମୟୂରଭଞ୍ଜ ରାଜ୍ୟ

ବାରିପଦା : ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତରାତିରେ  ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ।  ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।  ଆଜି ସକାଳୁ ବହୁ ଜଣ ଘରକୁ ଫେରିଥିବା ଜଣାଯାଇଛି। ରବିବାର ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଊର୍ଦ୍ଧ୍ୱ ଜଣଙ୍କର ବାନ୍ତି ସହ ପେଟବ୍ୟଥା ଆରମ୍ଭ ହୋଇଥିଲା। ସେମାନଙ୍କ ମଧ୍ୟରେ ପୁରୁଷମହିଳା  ୪୭ ଜଣ ଥିବା ବେଳେ ଅବଶିଷ୍ଟ ପିଲା ଥିଲେ।