କାହିଁକି କାମ କଲାନି ବିଜେପି ଚାଣକ୍ୟଙ୍କ ଗୋଟି ଚାଳନା

ଦେଶ -ବିଦେଶ ବଡ ଖବର ରାଜନୀତି

ନୂଆଦିଲ୍ଲୀ :  ପ୍ରଶ୍ନ ଉଠୁଛି କାହିଁକି କେଜରିୱାଲଙ୍କ ବିରୋଧରେ ସରକାରୀ ବିରୋଧୀ ହାୱା କାମ କଲାନି। କାହିଁକି ବିଜେପିର ଚାଣକ୍ୟଙ୍କ ଗୋଟି ଚାଳନା ଫେଲ୍‌ ମାରିଗଲା। ଆଉ ଲଗାତର ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ଏବେ କେମିତି ଆତ୍ମସମର୍ପଣ କରିଦେଲା। ଏମିତିକି ଦଳ ଗୋଟିଏ ବି ଆସନ ଜିତିପାରିଲାନି।

ଦିନ ୧୨ଟା ପର୍ଯ୍ୟନ୍ତ ବିଜେପି ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀ କହୁଥିଲେ କିଛି ଗୋଟେ ଓଲଟପାଲଟ ହେବ  ଏବଂ ନିର୍ବାଚନରେ ବିଜୟୀ ହେବ ବିଜେପି। ହେଲେ ଝାଡୁ ମାରି ପୋଛିନେଲା ଆପ୍  । କେଜେରୀୱାଲ ଙ୍କ ଫ୍ରିବିଜ୍ କ୍ରେଜ୍ ବିଜେପିର ହାଇଭେଲଟେଜ କ୍ୟାମ୍ପେନକୁ ଫ୍ୟୁଜ କରିଦେଲା। ଆମ୍‌ ଆଦମି ପାର୍ଟି  ଦିଲ୍ଳୀ ର ଆମ୍‌ ଆଦମିଙ୍କ ଦିଲ୍‌ ଜିତିନେଲା। କୁହାଯାଉଛି ଲୋକଙ୍କ ରୋଟି କପଡ଼ା ମକାନ, ଶିକ୍ଷା ସ୍ବାସ୍ଥ୍ୟ ଭଳି ପ୍ରସଙ୍ଗ ସହିତ ଆପ୍‌ ନିଜକୁ ଯୋଡ଼ିବାରୁ ଏହାର ପୁରସ୍କାର ଦେଲେ ଭୋଟର। ପ୍ରତି ଘରକୁ ୨୦୦ ୟୁନିଟ ବିଜୁଳି ଛାଡ , ୨୦ହଜାର ଲିଟର ସପ୍ଳାଇ ପାଣି ଛାଡ, କଲୋନି ରେ ବୁଲି ମହଲ୍ଲା କ୍ଳିନକ୍ ଦ୍ବାରା ମାଗାଣା ଚିକିତ୍ସା ସେବା , ଡିଟିସି ରେ ମହିଳାଙ୍କୁ ମାଗାଣା ଯାତ୍ରା , ପ୍ରାଥମିକ ସ୍କୁଲ ଗୁଡ଼ିକର ଚିତ୍ର ବଦଳିବା ଭଳି ଅନେକ କିଛି ବିଷୟକୁ ଦେଖି ଆପ ପ୍ରତି ପୁନଃ ଆସ୍ଥା ପ୍ରକାଶ କଲେ ଭୋଟର

ସାହିନବାଗ୍ କୁ ଇସ୍ୟୁ କରି ବିଜେପି ଭେ।ଟ ପେ।ଲାରାଇଜ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଦଳକୁ ସେତେଟା ଫାଇଦା ଦେଲା ନାହିଁ । ସେହିଭଳି ଦିଲ୍ଳୀ ର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ବିଜେପି ସ୍ଥିର କରି ନଥିବାରୁ ଦଳକୁ ମହାଙ୍ଗା ପଡିଲା । ସେପଟେ କଂଗ୍ରେସର ଗୋଟିଚାଳନା ନିଜ ପାଇଁ କ୍ଷତି ହେଲା ସିନା କିନ୍ତୁ ଆପକୁ ଫାଇଦା ଦେଲା। ସ୍ବାମୀ ପଛେ ମରୁ ସଉତୁଣୀ ବିଧବା ହଉ ନ୍ୟାୟରେ କଂଗ୍ରେସର ରଣନୀତି କ୍ଳିକ କଲା । କଂଗ୍ରେସ ହାରିକି ବି ବିଜେପିକୁ ହରେଇଦେଲା। ଭୋଟ ପ୍ରତିଶତ ଦେଖିଲେ ଆପ ୫୩ ପ୍ରତିଶତ ଭୋଟ ପାଇଛି ଏବଂ ବିଜେପି ପାଇଛି ୩୮ ପ୍ରତିଶତ।  ମାତ୍ର ୪ ପ୍ରତିଶତ ଭୋଟ ପାଇଛି କଂଗ୍ରେସ। ଦିଲ୍ଳୀ ନିର୍ବାଚନ ଫଳାଫଳ ଆଉ ଏକ ସଂଙ୍କେତ ଦେଇଛି ଯାହାକୁ ଦେଖି ଓଡ଼ିଶାର ନେତାମାନେ କିଛି ଅଲଗା ଆକଳନ କରୁଛନ୍ତି।

ଏଥର ନିର୍ବାଚନରେ ଆମ୍‌ ଆଦମି ପାର୍ଟି ୨୩ ଜଣ ନୂଆ ପ୍ରାର୍ଥୀଙ୍କୁ ମୈଦାନକୁ ଛାଡ଼ିଥିଲା। ୮ ଜଣ ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରିଥିଲା। ଏହା ସତ୍ତ୍ବେ ବି ଦଳ ଅନ୍ତର୍ଦ୍ବନ୍ଦ୍ବର ସମ୍ମୁଖୀନ ହୋଇନାହିଁ।  ୬୩ ସିଟ ନେଇ କେଜେରିୱାଲ ପ୍ରମାଣ କଲେ ସେ ହିଁ ଦିଲ୍ଲୀର ସୁଲତାନ । ବିଜେପି ନିଜର ଭେ।ଟ ସେୟାର ଓ ସିଟ ସଂଖ୍ୟା ବଢାଇ ଥିଲେ ବି ଆଶା ନୁରୂପ ଫଳ ପାଇ ନଥିବାରୁ ଅନ୍ୟ ରାଜ୍ୟ ରେ ବିଜେପି  କୁ ରେ।କିବାରେ ସମାନ ଫମୂଲ୍ଲା ଆପଣେଇ ପାରନ୍ତି ଆଚଂଳିକ ଦଳ । ହେଲେ କଂଗ୍ରେସ ଯେଭଳି ନିଜେ ଜିରେ। ହେ।ଇ ବିଜେପି କୁ ରେ।କିବାକୁ ଚାହୁଁଛି ତାହା ମଧ୍ୟ ସଂଙ୍କେତ ଦେଉଛି ଯେ ଦେଶକୁ ଲମ୍ବା ସମୟ ଧରି ଶାସନ କରିଥିବା ଜାତୀୟ କଂଗ୍ରେସ ବୋଧହୁଏ  ଲମ୍ବା ସମୟ ଧରି ପହେଲେ ଆପ ପହେଲ ଆପ କହି ନିଜକୁ କ୍ଷମତାକୁ ଦୂରେଇ ରଖି ଖୁସି ପାଇବ।