ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ

ଅନୁଗୁଳ ଓଡିଶା ଜିଲ୍ଲା ବଡ ଖବର ବାଣିଜ୍ୟ ରାଜ୍ୟ

ଅନୁଗୋଳ: (ମୁସାରଫ୍ ଅହମ୍ମଦ୍) ନବରତ୍ନ କମ୍ପାନୀ ନାଲକୋର ୪୦ ତମ ପ୍ରତିଷ୍ଠା ଦିବସ ଦୁଇ ଦିନ ଧରି ଚାଲିଛି l ଏଥିପାଇଁ ନାଲକୋ ଟାଉନ ସିପ ମୀନା ବଜାର ପଡିଆ ଠାରେ ଅନୁଷ୍ଠିତ ହୋଇଛି l ଏସ୍ ଆଣ୍ଡ ପି କମନ୍ ୱେଲ ଫେୟାର ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ୭ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପ୍ରଣବ କୁମାର ଦାସ ଚିଫ କମିଶନର (ଇନକମ ଟ୍ୟାକ୍ସ ), ମୁଖ୍ୟ ବକ୍ତାଭାବେ ପୂର୍ବତନ ଇ ଡି ଉମାବଲ୍ଲଭ ପଟ୍ଟନାୟକ,ନାଲକୋ ଇଡି ମନସା ପ୍ରସାଦ ମିଶ୍ର,ଏସ ଆଣ୍ଡ ପି ର ଜି ଏମ ସତ୍ୟାନନ୍ଦ ସାହୁ ପ୍ରମୂଖ ଯୋଗ ଦେଇଥିଲେ l ୮ ତାରିଖ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଛି ସାସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ହାସ୍ୟ ଅଭିନେତା ପପୁ ପମ୍ ପମ୍, ଶିଙ୍ଗର ନାବ୍ୟl ଯାଇଟି, ଟ୍ୱିଙ୍କଲ, ସମ୍ରାଟ ଚକ୍ରବର୍ତ୍ତୀ, ଅଜିତ, ସୁନୀଲ ପଟ୍ଟନାୟକ, ଓ ଆଙ୍କର ଅଙ୍କିତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛିl ଏହା ସହିତ ବିଭିନ୍ନ ନାଚ ଗୀତ ର କାର୍ଯ୍ୟକ୍ରମ ରହିଛି । ନାଲକୋ ର ପ୍ରତିଷ୍ଠା ଦିବସକୁ ଭରପୁର ଦର୍ଶକ ଉପଭୋଗ କରିଥିଲେ।ଶିଶୁ କଳାକାରଙ୍କ ନୃତ୍ୟ,ଓଡିଶୀ ଦର୍ଶକକୁ ବେଶ ବିଭୋର କରିଥିଲା।ଏହି କାର୍ଯ୍ୟକ୍ରମରେ ନାଲକୋ କର୍ମଚାରୀ ଙ୍କ ସହ ବୁଦ୍ଧିଜୀବୀ ଅଞ୍ଚଳବାସୀ ଉପସ୍ଥିତ ରହି ବେଶ ଉପଭୋଗ କରିଥିଲେ।