କରୋନା ଭାଇରସ୍ ଆତଙ୍କ ସଚେତନତା ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ

କରୋନା ଭାଇରସ୍ ଆତଙ୍କ ସଚେତନତା ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ

ଓଡିଶା କେନ୍ଦୁଝର ଜିଲ୍ଲା ରାଜ୍ୟ

#କରୋନା_ସଚେତନତା_ଅଭିଯାନ    କେନ୍ଦ୍ରାପଡା : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଦିନକୁ ଦିନ ଅଧିକ ଦେଶକୁ ସଂକ୍ରମିତ ହେବାରେ ଲାଗିଛି । କେନ୍ଦ୍ରାପଡାରେ ଏହି ଭାଇରସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାସ୍ତରୀୟ ୧୯ ଜଣିଆ କମିଟି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଜିଲ୍ଲାର ୯ଟି ବ୍ଲକରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ସଚେତନତା ଅଭିଯାନକୁ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶେଖର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ, ଜିଲ୍ଲା ବନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀଙ୍କୁ ନେଇ ଏକ ମନିଟରିଂ କମିଟି ଗଠନ କରାଯାଇଛି । ଏହି ରୋଗର ସଂକ୍ରମଣ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଏହି ରୋଗର ଭୟବହତା ଓ ବ୍ୟାପକତାକୁ ରୋକାଯାଇପାରିବ ।