ସଫେଇ କର୍ମଚାରୀଙ୍କୁ ସେଣ୍ଟ ଜନ ଆମ୍ବୁଲାନ୍ସ ପକ୍ଷରୁ ରାସନ ସାମଗ୍ରୀ ଯୋଗାଣ

ସଫେଇ କର୍ମଚାରୀଙ୍କୁ ସେଣ୍ଟ ଜନ ଆମ୍ବୁଲାନ୍ସ ପକ୍ଷରୁ ରାସନ ସାମଗ୍ରୀ ଯୋଗାଣ

ଓଡିଶା ମହାନଗର
#ସଫେଇ_କର୍ମଚାରୀଙ୍କୁ _ରାସନ_ସାମଗ୍ରୀ_ଯୋଗାଣ         ଭୁବନେଶ୍ବର :  ସଂପ୍ରତି ୩ୟ ପର୍ଯ୍ୟାୟ ଲକ ଡାଉନ ସମୟରେ ଭୁବନେଶ୍ୱର ସ୍ଥିତ  ଆଚାର୍ଯ୍ୟ ବିହାର ରେ  କାର୍ଯ୍ୟ  ରତ ବିଏମସିର  ସଫେଇ କର୍ମଚାରୀ  ମାନଙ୍କୁ  ସେଣ୍ଟ ଜନ ଆମ୍ବୁଲାନ୍ସ  ତରଫରୁ ଚାଉଳ, ଡାଲି, ଆଳୁ, ପିଆଜ, ସାନିଟାଇଜର ଓ  ମାସ୍କ  ପ୍ରଦାନ କରାଯାଇଛି।ସେଠାରେ  ଉପସ୍ଥିତ ସେଣ୍ଟ ଜନ ଆମ୍ବୁଲାନ୍ସ ର କିଛି ଆଜୀବନ  ସଭ୍ୟ ଓ  ସାଧାରଣ  ଜନତା ଙ୍କ  ଗହଣରେ ସେଠାରେ ଥିବା କ୍ଲବ ପ୍ରାଙ୍ଗଣରେ  ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହାଛଡା  ସାନିଟାଇଜେର ର  ବ୍ୟବହାର  ସମ୍ପର୍କରେ ସଂସ୍ଥା ର ସଚିବ ଡା. ସନତ  କୁମାର  ପଟନାୟକ  ପୁଙ୍ଖାନୁପୁଙ୍ଖ ଭାବରେ ପ୍ରକାଶ କରିଥିଲେ। ଅନ୍ୟ   ମଧ୍ୟରେ  ଗିରିଶ  ଶତପଥୀ, ପ୍ରସନ୍ନ  ପଣ୍ଡା, ସନ୍ତୋଷ  ପାତ୍ର, ଉପସ୍ଥିତ  ରହି  ଅନ୍ୟ  ମାନଙ୍କୁ  ଉତ୍ସାହିତ  କରିଥିଲେ ।