ଦଶପଲ୍ଲା : ( ହୁସେନ ଖାଁ )ଯେଉଁ ସ୍ଥାନ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ତାହା ଆଜି ଧ୍ୱଂସ ପାଇବାକୁ ବସିଛି। ଲୋପ ପାଉଛି ସବୁଜ ବନାନୀ। ଫାର୍ମ ହାଉସ୍ ପାଇଁ ମୂଲ୍ୟବାନ ଶାଳ ଜଙ୍ଗଲ ଏବେ ଲୋପ ପାଇବ। ହେଲେ ସବୁଜାଣି ବନ ବିଭାଗ ଚୁପ୍ ହୋଇ ବସିଛି। ବନ ବିଭାଗ (ଟେରିଟୋରିଆଲ୍) ହେଉ କି ବନ୍ୟ ପ୍ରାଣୀ ବିଭାଗ ସବୁ ଦେଖି ନିରବଦ୍ରଷ୍ଟା ସାଜିଥିବା ବେଳେ ଦିନକୁ ଦିନ ଶହ ଶହ ସଂଖ୍ୟାରେ ଶାଳ ଗଛକୁ ମାରି ଦିଆଯାଉଛି। ଏଭଳି ଘଟଣା ଦେଖୁବାକୁ ମିଳିଛି ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ।