କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତହ୍ନଟ

କେନ୍ଦ୍ରାପଡାରୁ ୫ଜଣ ବିଦେଶ ଫେରନ୍ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଗଲା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#କେନ୍ଦ୍ରାପଡାରୁ_୫ଜଣ_ବିଦେଶ_ଫେରନ୍ତାଙ୍କ_ସ୍ୱାବ_ଟେଷ୍ଟ_ପାଇଁ_ପଠାଗଲା    କେନ୍ଦ୍ରାପଡା : ବିଦେଶରୁ ଫେରିଥିବା ୫ଜଣ ବ୍ୟକ୍ତିଙ୍କ ସ୍ୱାବ କରୋନା ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । ଏହି ବ୍ୟକ୍ତିମାନେ ପାଟକୁରା ଓ ପଟ୍ଟା ମୁଣ୍ଡାଇ ଅଂଚଳର ବାସିନ୍ଦା ହୋଇ ଥିବାବେଳେ ଦୁବାଇ , କତାର ଓ ସାଉଦି ଆରବ ପ୍ରଭୃତି ଦେଶରେ ରହି ଉପାର୍ଜନ କରୁଥିଲେ । ସେ ସବୁ ଦେଶରେ କରୋନା ଭୁତାଣୁ କାୟା ବିସ୍ତାର କରିଥିବା ବେଳେ ଭୟଭୀତ ହୋଇ ସେମାନେ ନିକଟରେ ଘରକୁ ଫେରିଥିଲେ । ତେବେ ଏମାନେ ବିଦେଶରୁ ଫେରିବା ପରେ ନାମ ପଞ୍ଜିକରଣ କରାଇଥିଲେ । ଶୁକ୍ରବାର ଏହି ପାଂଚ ଜଣଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଡକାଯାଇ ସେମାନଙ୍କର ସ୍ୱାବ ର ନମୁନା ସଂଗ୍ରହ କରି କରୋନା ଟେଷ୍ଟ ପାଇଁ ଭୁବନେଶ୍ୱର ପଠାଯାଇ ଥିବା ଜଣା ପଡିଛି ।