ଜିଲ୍ଲା ସ୍ତରୀୟ ଭୋଟର ସଚେତନତା ଦିବସ ପାଳିତ

ଓଡିଶା କଳାହାଣ୍ଡି ଜିଲ୍ଲା ରାଜ୍ୟ

ଭବାନୀ ପାଟଣା : ( ରଜନୀକାନ୍ତ ମୁନୀ ) ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ସହକାରୀ ଜିଲ୍ଲାପାଳ ଶୁଭଦିପ୍ତl ମହାନ୍ତି, ଏହି ସଭା ରେ ଏ ଡିଏମ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଆସିଷ୍ଟାଣ୍ଟ କଲେକ୍ଟର ସୁରେନ୍ଦ୍ର କୁମାର ତ୍ରିପାଠୀ, ସୁଭଦ୍ରା ମୁଣ୍ଡିକା, ଶଙ୍କର ବାଗ, ଜ୍ୟୋସ୍ନା ମୟୀ ମାଝୀ ପ୍ରମୁଖ ଭୋଟର ସଚେତନତା ଉପରେ ଆଲୋଚନା କରିଥିଲେ ।

ଏହି ଅବସର ରେ ସହକାରୀ ଜିଲ୍ଲାପାଳ ଶୁଭଦିପ୍ତl ମହାନ୍ତି ଜିଲ୍ଲା ରେ ଇଂରାଜୀ ରଚନା ଲିଖନ ରେ କୃତିତ୍ବ ହାଲ କରିଥିବା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ର ଯୁକ୍ତ ୩ ବିଜ୍ଞାନ ଛାତ୍ରୀ ଶାୱନାଜବିନ ପରୱିନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।