ମୋ ବସ୍‌ରେ ଭାରତୀୟ ହକି ଖେଳାଳି

ଓଡିଶା ଖେଳ ବଡ ଖବର ମହାନଗର

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିିୟମ୍‌ରେ ଶନିବାର ଭାରତ ଓ ବେଲ୍‍ଜିୟମ ମଧ୍ୟରେ ପ୍ରୋ-ଲିଗ୍‍ ହକି ମ୍ୟାଚ୍‍ ଖେଳାଯିବ। ମ୍ୟାଚ୍‍ ପୂର୍ବରୁ ଆଜି(ଶୁକ୍ରବାର) ଅପରାହ୍ନରେ ମୋ ବସ୍‌ରେ ଯାତ୍ରା କରି ଖେଳାଳି ଅଭ୍ୟାସ କରିବାକୁ ଷ୍ଟାଡିୟମ୍‍କୁ ଯାଇଛନ୍ତି। ଭାରତୀୟ ଖେଳାଳିମାନେ ହୋଟେଲ ସାଣ୍ଡି ଟାୱରରୁ ମୋ ବସ୍‍ ଯୋଗେ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି। ଏହା ସହିତ ହକି ପ୍ରୋ-ଲିଗ୍‍ ୨ୟ ସଂସ୍କରଣ ଟ୍ରଫିକୁ ମଧ୍ୟ ଖେଳାଳିମାନଙ୍କ ସହ ମୋ ବସ୍‌ ଯୋଗେ ଷ୍ଟାଡିୟମ୍‌କୁ ନିଆଯାଇଛି।