କଂଗ୍ରେସଭବନରେ ଯୁଦ୍ଧ ପରିସ୍ଥିତି – ଜଗିଲେ ବାଉନସର

ଓଡିଶା ବଡ ଖବର ରାଜନୀତି ରାଜ୍ୟ

ଭୁବନେଶ୍ୱର : କଂଗ୍ରେସଭବନରେ ଯୁଦ୍ଧ ପରିସ୍ଥିତି । ଜଗିଲେ ବାଉନସର। ନିରଞ୍ଜନ ହଟାଅ, ମୋକିମ ଜିନ୍ଦାବାଦରେ କମ୍ପିଲା କଂଗ୍ରେସ ଭବନ। କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ନିର୍ବାଚନ ପରବର୍ତ୍ତୀ ଜିଲ୍ଲାଓ୍ବାରୀ ସମୀକ୍ଷା ବୈଠକ ନେଉଥିବାବେଳେ  ବୈଠକ ଭିତରେ  ଏବଂ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ କର୍ମୀ । ଆଜି ସମୀକ୍ଷା ବୈଠକରେ କଟକ ସିଟି , ଖୋର୍ଦ୍ଧା, ଭୁବନେଶ୍ବର ସଙ୍ଗଠିନିକ ସ୍ଥିତି ଆଜି ଆଲେଚନା ହେଉଥିଲା ।

କଟକ ସିଟିର ସଙ୍ଗଠନ ନେଇ ଆଲୋଚନା ବେଳେ ନିରଞ୍ଜନଙ୍କୁ ହଟାଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ ଦାବି କରିଥିଲେ କର୍ମୀ। ଏପଟେ ବାହାରେ ନିରଞ୍ଜନଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀର କର୍ମୀମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ସ୍ଥିତି ଏମିତି ହେଲା ଯେ ଶେଷରେ ସୁରକ୍ଷା ପାଇଁ କଂଗ୍ରେସ ଭବନରେ ବାଉନସର ନିୟୋଜିତ କରାଯାଇଥିଲା । ଏପଟେ ଛାତ୍ର କଂଗ୍ରେସର ପୂବର୍ତନ ଆବାହକ ଇତିଶ ପ୍ରଧାନ ମଧ୍ୟ କଂଗ୍ରେସ ଭବନରେ ଧାରଣାରେ ବସିଥିଲେ।

କଂଗ୍ରେସ ଭବନରେ ଗଣ୍ତଗୋଳ ପରିସ୍ଥିତି ଉପଜୁଥିଲା ଆପରାହ୍ନରେ ହୋଇଥିବା ସମ୍ବାଦିକ ସମ୍ମିଳନୀରେ କିନ୍ତୁ ମୁହଁ ଖୋଲିନଥିଲେ ପ୍ରଭାରୀ। କେବଳ ସମୀକ୍ଷା ବୈଠକ ନେଇ ରଖିଥିଲେ ଉତ୍ତର ।

୪ ଦିନରେ ୧୬ ଜିଲ୍ଲାର  ସମୀକ୍ଷା ବୈଠକ ହୋଇଥିଲା। ଜିଲ୍ଲା ଓ ବ୍ଲକ ସ୍ତରରେ ସଙ୍ଗଠନ ମଜବୁତ କରିବା ନେଇ ଆଲୋଚନା ହୋଇଛି। ଜିଲ୍ଲା ଏବଂ ବ୍ଲକ ସଭାପତି ଚୟନ ବେଳେ ଯୁବ ନେତୃତ୍ବ ଉପରେ ଫୋକସ ଦିଆଯିବ ବୋଲି କହିଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ। ଆଉ ପାଖରେ ବସିଥିବା ଦିଗ୍‌ବିଜୟ ସିଂହ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଥିଲେ।

ସାଧରଣ ନିର୍ବାଚନରେ କଂଗ୍ରେସ ଅବସ୍ଥା ଖରାପ ହେବା ପରେ ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ତୁହାକୁ ତୁହା ହାଲ୍ଲାବୋଲ ହେଉଛି । ଯାହାକୁ ନେଇ ଗଣ୍ତଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘର ସଜଡ଼ା ଉପରେ ପ୍ରଶ୍ନଚିହ୍ନ ଲାଗିଛି।