ୟୁନିୟନ୍ ବ୍ୟାଙ୍କ୍ ରେ ରହିବ ଜଗନ୍ନାଥଙ୍କ ଟଙ୍କା

ଓଡିଶା ବଡ ଖବର

#ୟୁନିୟନ୍_ବ୍ୟାଙ୍କ୍_ରେ_ରହିବ_ଜଗନ୍ନାଥଙ୍କ_ଟଙ୍କା    ଭୁବନେଶ୍ୱର :  ୟେସ୍ ବ୍ୟାଙ୍କ୍ ରୁ ପ୍ରଭୂ ଜଗନ୍ନାଥଙ୍କ ଜମା ଟଙ୍କା  ୟୁନିୟନ୍ ବ୍ୟାଙ୍କରେ  ରଖାଯିବ । ୫. ୭୫ ପ୍ରତିଶତ ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ଜମା କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ୟୁନିୟନ୍ ବ୍ୟାଙ୍କ୍ରେ ଜଗନ୍ନାଥଙ୍କ ଟଙ୍କା ୩ ବର୍ଷ ପାଇଁ ଦୀର୍ଘ ମିଆଦୀ ସ୍ଥାୟୀ ଜମା ରଖାଯିବ ।

ସୂଚନା ଅନୁଯାୟୀ ଶ୍ରୀମନ୍ଦିର କର୍ପସ ଫଣ୍ଡ୍ ସହିତ ଟେମ୍ପଲ ଫଣ୍ଡ୍ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଶୁକ୍ରବାର ଏହା ଖୋଲାଯିବା ପରେ ପ୍ରଥମ ସ୍ଥାନରେ ୟୁନିଅନ ବ୍ୟାଙ୍କ ରହିଥିଲା । ଏଥିରେ ୫. ୪୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଇଣ୍ଡିଆନ ବ୍ୟାଙ୍କ ଓ ୫ ପ୍ରତିଶତ ସହ ତୃତୀୟରେ କାନାଡା ବ୍ୟାଙ୍କ ରହିଥିଲେ । ସେମାନେ ୫ .୭୫ ପ୍ରତିଶତ ସୁଧ ଦେବାକୁ ଅରାଜି ହେବାରୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବାକୁ ନିଷ୍ପତି୍ତ ହୋଇଛି ।