ରାଜ୍ୟରେ ଶନି-ରବି ସଟଡାଉନ

ରାଜ୍ୟରେ ଶନି-ରବି ସଟଡାଉନ

ଓଡିଶା ବଡ ଖବର

#ରାଜ୍ୟରେ_ଶନି-ରବି_ସଟଡାଉନ         ଭୁବନେଶ୍ୱର   : ରାଜ୍ୟରେ ଜୁନ୍ ମାସ ପାଇଁ ସରକାର ଜାରି କରିଥିବା ସପ୍ତାହନ୍ତ ସଟ୍ଡାଉନ୍ କଟକଣାରେ ଆଂଶିକ ପରିବର୍ତନ କରାଯାଇଛି । ଏ ସଂକ୍ରାନ୍ତରେ ଏସଆରସି କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି । ସପ୍ତାହନ୍ତ ସଟଡାଉନ୍ କଟକଣାରୁ କିଛି କାର୍ଯ୍ୟକଳାପକୁ ବାଦ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ଡାକ୍ତରୀ କିଂବା ଅନ୍ୟ କୌଣସି ସି ଜରୁରୀ କାର୍ଯ୍ୟରେ ଲୋକେ ଗମନାଗମନ କରି ପାରିବେ । ସେହିପରି ଏଟିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ କ୍ଲିଅରିଙ୍ଗ୍ ହାଉସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି ।
ସେହିପରି ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ରେ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପ ସବୁକୁ ସଟଡାଉନରୁ ବାଦ ଦିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରା ଯାଇଛି । ରୋସ୍ତୋରାଁ ଏବଂ ଜୋମାଟୋ, ସ୍ୱିଗି ଆଦି ସଂସ୍ଥା ଦ୍ୱାରା ଘରେ ଖାଦ୍ୟ ଡେଲିଭରି କାମ ଚାଲୁ ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି ।ସକାଳ ୫ ଟାରୁ ସକାଳ ୮ ଟା ମଧ୍ୟରେ ଖବରକାଗଜ ହକର ମାନଙ୍କୁ କାମ କରିବାକୁ ଅନୁମତି ମିଳିବ ।
ଏଲପିଜି ଡିଷ୍ଟ୍ରିବ୍ୟୁସନ୍, ରନ୍ଧନ ଗ୍ୟାସର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳ ସଟଡାଉନରୁ ଲାଗୁ ହେବନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି ।