୫ ତାରିଖ ରାତି ୯ଟାରେ ଘରର ଆଲୁଅ ଲିଭାଇ ବାହାରେ ୯ ମିନିଟ୍ ପାଇଁ ଦୀପ ଜଳାନ୍ତୁ

୫ ତାରିଖ ରାତି ୯ଟାରେ ଘରର ଆଲୁଅ ଲିଭାଇ ବାହାରେ ୯ ମିନିଟ୍ ପାଇଁ ଦୀପ ଜଳାନ୍ତୁ

ଦେଶ -ବିଦେଶ ବଡ ଖବର

#ଦେଶବାସୀଙ୍କୁ_ଆହ୍ବାନ_ଦେଲେ_ପ୍ରଧାନମନ୍ତ୍ରୀ           ନୂଆଦିଲ୍ଲୀ: ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି । ଏହା କରୋନାଭାଇରସ୍ ବିରୋଧରେ ଲଢ଼ିବାକୁ ଆମର ସାମୂହିକ ଶକ୍ତିର ପରିପ୍ରକାଶ ବୋଲି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ।

ଦେଶବାସୀଙ୍କୁ ବାର୍ତ୍ତା ଦେବା ଅବସରରେ ପ୍ରଧାନମନ୍ତ୍ରୀ  କହିଲେ ଯେ, ସମଗ୍ର ଦେଶବାସୀ ଲକଡାଉନକୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଲକଡାଉନ୍ ସମୟରେ ଲୋକମାନଙ୍କର ଅଭୂତପୂର୍ବ ଶୃଙ୍ଖଳା ଓ ସେବାଭାବ ପ୍ରଶଂସାଯୋଗ୍ୟ । ଲକଡାଉନ୍ ସମୟରେ ଆମେ ଘରେ ଅଛନ୍ତି । କିନ୍ତୁ, ସମଗ୍ର ଦେଶର ସାମୂହିକ ସାମର୍ଥ୍ୟ ଆମ ସମସ୍ତଙ୍କ ସହ ଥିବାରୁ ଆମେ ଏକାକୀ ନୁହନ୍ତି ।

ସେ ଆହୁରି କହିଛନ୍ତି, ଆଜି କୋଟି କୋଟି ଜନତା ଘର ଭିତରେ ଥିବାବେଳେ ଅନେକେ ଭାବୁଥିବେ ସେମାନେ ଏକାକୀ କେମିତି କୋଭିଡ୍-୧୯ ବିରୋଧରେ ଏହି ସଂଗ୍ରାମ ଲଢ଼ିବେ । ଏ ଭଳି ପ୍ରଶ୍ନ ଆପଣଙ୍କ ମନରେ ଉଠୁଥାଇପାରେ? କିନ୍ତୁ ଦୟାକରି ମନେରଖନ୍ତୁ, ଆମ ଭିତରୁ କେହି ଏକାକୀ ନୁହନ୍ତି । ପ୍ରତ୍ୟେକଙ୍କ ସହ ୧୩୦ କୋଟି ଭାରତୀୟଙ୍କ ସାମର୍ଥ୍ୟ ରହିଛି। ପ୍ରଧାମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ ପରାମର୍ଶ  ଦେଇ କହିଛନ୍ତି ଯେ କରୋନାଭାଇରସ୍ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରରୁ ଆମେ ଆଲୋକ ଆଡ଼କୁ ଯାତ୍ରା କରିବା । ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ; ଘରେ ରୁହନ୍ତୁ । ଆମ ଉଚ୍ଛ୍ୱାସ ଓ ଆଗ୍ରହ ଠାରୁ ବଳି ଆଉ କୌଣସି ଶକ୍ତି ଟାଣୁଆ ନୁହେଁ।