ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଦୋକାନ ଖୋଲାହେବ

ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଦୋକାନ ଖୋଲାହେବ

ଓଡିଶା ଯାଜପୁର

#ସକାଳ_୭ରୁ_ସନ୍ଧ୍ୟା_୭_ପର୍ଯ୍ୟନ୍ତ_ଦୋକାନ_ଖୋଲାହେବ    ଯାଜପୁର  :  ( ବିଶ୍ବଜିତ ରଣା ) ଲକ୍ଡ଼ାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକ୍ରୟ କରିବାକୁ ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ତେବେ ସେହି ସମୟସୀମା ମଧ୍ୟରେ ଲୋକାମାନେ ସାମଗ୍ରୀ ସଂଗ୍ରହରେ ସମସ୍ୟା ହେଉଥିବାର ସରକାର ଅନୁଭବ କରି ସୁବିଧା ପାଇଁ ଦୋକାନ ଖୋଲିବାର ସମୟ ସକାଳ ୭ଘଟିକାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଖୋଲାରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାବାସୀଙ୍କୁ ସକାଳ ୭ଘଟିକାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ଗୋଖାଦ୍ୟ, ପଶୁ
ପକ୍ଷୀ ଖାଦ୍ୟ, କୃଷି ଉପଯୋଗୀ ସାର, କୀଟନାଶକ ଇତ୍ୟାଦି ଦୋକାନ ଖୋଲାରହିବ ବୋଲି ଜଣାଇଛନ୍ତି ।

ତେବେ ଏହି ସମୟ ମଧ୍ୟରେ କେହି ଗାଡ଼ିବ୍ୟବହାର ନକରି ଚାଲି ଚାଲି ନିକଟସ୍ଥ ଦୋକାନମାନଙ୍କରୁ ସାମଗ୍ରୀ କ୍ରୟ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର କଳାବଜାର ରୋକିବାକୁ ବିଭିନ୍ନ ସାମଗ୍ରୀର ମୂଲ୍ୟଧାର୍ଯ୍ୟ କରାଯାଇଥିଲା । ତେବେ ସଂପ୍ରତ୍ତି ଧାର୍ଯ୍ୟ ରେଟ୍ ଅପେକ୍ଷା କେତେକ ସାମଗ୍ରୀର ମୂଲ୍ୟ ହ୍ରାସ ପାଇଥିବାର ଦେଖାଦେଇଥିବାରୁ ଦୈନିକ ପୂର୍ବଭଳି ସ୍ଥାନୀୟ ରେଟ୍ ଆଧାରରେ ସାମଗ୍ରୀ ବିକ୍ରିହେବ । ତେବେ ଯୋଗାଣ ବିଭାଗ ଅଧିକାରୀମାନେ ଦୈନିକ ଧରପଗଡ଼ ଜାରିରଖିବା ସହ ବଜାର ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।