କଂସାର ସଙ୍ଗରୋଧ ଶିବିର ତଦାରଖ କଲେ ବ୍ଲକ ଅଧ୍ୟକ୍ଷ

କଂସାର ସଙ୍ଗରୋଧ ଶିବିର ତଦାରଖ କଲେ ବ୍ଲକ ଅଧ୍ୟକ୍ଷ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କଂସାର_ସଙ୍ଗରୋଧ_ଶିବିର_ତଦାରଖ_କଲେ_ବ୍ଲକ_ଅଧ୍ୟକ୍ଷ         କେନ୍ଦ୍ରାପଡା  :  କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ପଂଚାୟତର ହାଇସ୍କୁଲ ପରିସର ରେ ଅନ୍ୟ ରାଜ୍ୟ ଫେରନ୍ତା ପଂଚାୟତ ବାସୀଙ୍କ ପାଇଁ ସଂଗରୋଧ ଶିବିର ସ୍ଥାପନ କରାଯାଇଛି । ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ, ସ୍ଥାନୀୟ ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ପ୍ରମୁଖ ଏହି ଶୀବିର ବୁଲି ବ୍ୟବସ୍ଥା ସଂପର୍କରେ ତଦାରଖ କରିଥିଲେ । କଂସାର ପଂଚାୟତର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ରେ ୧୫୦ଟି ବେଡ ପକାଯାଇ ଥିବାବେଳେ ୧୦ଟି ଶୈାଚାଳୟ ଅନ୍ତେବାସୀ ମାନଙ୍କ ପାଇଁ ପ୍ରସ୍ତୁତ ରଖାଯାଇଛି । ୧୨ଟି ଶ୍ରେଣୀ କୋଠରୀରେ ୧୫୦ ପ୍ରବାସୀ କଂସାର ବାସିନ୍ଦାଙ୍କ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ସରପଂଚ ଶ୍ରୀ ଜେନା ସୂଚନା ଦେଇଥିଲେ ।