ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି

ପର୍ଚେଜ୍ କମିଟି ମୁଖ୍ୟ ପଦରୁ ହେମନ୍ତ ଶର୍ମାଙ୍କୁ ଅବ୍ୟାହତି

ଓଡିଶା ବଡ ଖବର

#ପର୍ଚେଜ୍_କମିଟି_ମୁଖ୍ୟ_ପଦରୁ_ହେମନ୍ତ_ଶର୍ମାଙ୍କୁ_ଅବ୍ୟାହତି               ଭୁବନେଶ୍ୱର : କୋଭିଡ୍ କିଟ୍ କିଣାରେ ଅନିୟମିତତା ଅଭିଯୋଗ ଆସିବା ପରେ ପର୍ଚେଜ୍ କମିଟି ମୁଖ୍ୟ ପଦରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି ।ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ମୁକାବିଲା ପାଇଁ ଆବଶ୍ୟକ ସରଂଜାମର ଅର୍ଡର ଦେଇ ସରକାର ଏଗୁଡିକୁ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ସେହିପରି ମାସ୍କ, ପିପିଇ, ଭେଂଟିଲେଟର କିଣାରେ ମଧ୍ୟ ଅନିୟମିତତା ହୋଇଥିଲା ।

ଅଭିଯୋଗ ଅନୁଯାୟୀ କରୋନା ମୁକାବିଲା ପାଇଁ ଆବଶ୍ୟକ ସମାନ ଜିନିଷକୁ ବିଭିନ୍ନ ଦରରେ ବିଭିନ୍ନ ଫାର୍ମରୁ କିଣାଯାଇଥିଲା । ଏମିତିକି ବଜାର ଦର ଠାରୁ ଢେର ଅଧିକ ମୂଲ୍ୟରେ ସାମଗ୍ରୀ କିଣାଯାଇଥିବା ଅଭିଯୋଗ ଥିଲା । କିଛି ଦିନ ପୂାର୍ବ୨ ଟ୍ରକ୍ ମାସ୍କ, ୨ ଟ୍ରକ୍ ସାନିଟାଇଜର, ୧ ଟ୍ରକ୍ ଭେଂଟିଲେଟର ଫେରାଇଥିଲେ ମଧ୍ୟ ଅର୍ଡର ବାତିଲ୍ ସତ୍ୱେ ୨୯ ଟ୍ରକ୍ ପିପିଇ କିଟ୍ ଗ୍ରହଣ କରିଥିଲେ ।