୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ

୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ

ଓଡିଶା ଅପରାଧ ଜିଲ୍ଲା ରାୟଗଡା

#୨୦_ଲକ୍ଷ_ଟଙ୍କାର_ଚୋରା_ସିଗାରେଟ_ଜବତ      ରାୟଗଡା  : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସହରରେ ପୋଲିସ ଚଢାଉ କରି  ପ୍ରାୟ ୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ  କରିଛି। ଘଟଣାରୁ ପ୍ରକାଶ ଯେ,  କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡ଼ା ଥାନା ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍   ସହରରେ ଥିବା ଜନୈକ ବ୍ୟବସାୟୀଙ୍କ ଗୋଦାମରେ ଚଢାଉ କରିଥିଲା। ସେଠାରୁ ୩୧ ବସ୍ତା ଚୋରା ସିଗାରେଟ ଜବତ ହୋଇଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଜବତ ବସ୍ତାଗୁଡ଼ିକରେ ଏସ୍ କେ ପାତ୍ର ଲେଖାଥିବାର ଦେଖିବାକୁ ମିଳିଥିଲା।

ପୁଲିସ୍ ୩୧ ବସ୍ତା ଚୋରା ସିଗାରେଟ ଜବତ କରିବା ସହ ସଂପୃକ୍ତ ବ୍ୟବସାୟୀକୁ ଖୋଜୁଛି। ଏହି ସବୁ ସିଗାରେଟ୍ ଛତିଶଗଡ଼ରୁ ମୁନିଗୁଡ଼ାକୁ ଆସିଥିବା କୁହାଯାଉଛି। ଏହାଛଡ଼ା ମୁନିଗୁଡ଼ା ଥାନା ଅଞ୍ଚଳରେ ଆଉ କେତେକ ବ୍ୟବସାୟୀଙ୍କ ଗୋଦାମରେ ଚଢାଉ କରାଯାଇଥିବାର ଖବର ମିଳିଛି। ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।