#ତୁରନ୍ତ_ପୁନରୁଦ୍ଧାର_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ

ଅମ୍ପନ କ୍ଷୟକ୍ଷତି ଅଞ୍ଚଳରେ ତୁରନ୍ତ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ବଡ ଖବର

#ତୁରନ୍ତ_ପୁନରୁଦ୍ଧାର_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ               ଭୁବନେଶ୍ବର: ରାଜ୍ୟର ୮୯ଟି ବ୍ଲକ୍‌ର ୪୪ ଲକ୍ଷ ଲୋକ  ଅମ୍ପନର ପ୍ରଭାବରେ  କ୍ଷତିଗ୍ରସ୍ତ ହୋଇଛନ୍ତି। ମୁଖ୍ୟତଃ ଏହି ୮୯ଟି ବ୍ଲକ୍‌ରେ  ଫସଲ କ୍ଷୟକ୍ଷତି ନେଇ  ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ  ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ମାନବସମ୍ବଳ ଓ ଆବଶ୍ୟକ ସାମଗ୍ରୀର ଉପଯୋଗ କରି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି, ସଂଯୋଗୀକରଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ୩ ଦିନ ମଧ୍ୟରେ ଫସଲ କ୍ଷତି ଆକଳନ କରିବା ସହିତ ସପ୍ତାହକ ମଧ୍ୟରେ କ୍ଷତିଗ୍ରସ୍ତ ଓ ଭାଙ୍ଗିଯାଇଥିବା ଗୃହଗୁଡ଼ିକ ସମ୍ପର୍କରେ ଆକଳନ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଏକାକି ଓ ଶୁକ୍ରବର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକ ପରିଦର୍ଶନ କରିଥିଲେ।