ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବୁ , ଓଡ଼ିଶାକୁ ବିଜେପିର ଗଡ କରିବାକୁ ଅମିତ ଶାହାଙ୍କ ଆହ୍ବାନ

ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବୁ , ଓଡ଼ିଶାକୁ ବିଜେପିର ଗଡ କରିବାକୁ ଅମିତ ଶାହାଙ୍କ ଆହ୍ବାନ

ଦେଶ -ବିଦେଶ ଓଡିଶା ବଡ ଖବର

#ଓଡ଼ିଶାକୁ_ବିଜେପିର_ଗଡ_କରିବାକୁ_ଅମିତ_ଶାହାଙ୍କ_ଆହ୍ବାନ      ଭୁବନେଶ୍ୱର :  ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ । ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦି ସରକାର କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଭର୍ଚୁଆଲ ରାଲିରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ମୋଦି ସରକାର ବଚନବଦ୍ଧ ଅଛନ୍ତି । ବିଜେପି ଦ୍ୱାରା ହିଁ ଓଡ଼ିଶା ଓ ଦେଶକୁ ବିକଶିତ କରିହେବ । ଏଥିପାଇଁ ଓଡ଼ିଶାକୁ ବିଜେପିର ଗଡ଼ କରିବାକୁ ହେବ । ସେ କହିଛନ୍ତି ଯେ ପୂର୍ବର କଂଗ୍ରେସ ସରକାର ଅମଳରେ ଓଡ଼ିଶାକୁ ନିୟମିତ ଭାବେ ଅବହେଳା କରାଯାଉଥିଲା । ତ୍ରୟୋଦଶ ଅର୍ଥ ଆୟୋଗ ମାଧ୍ୟମରେ କଂଗ୍ରେସ ସରକାର ଓଡ଼ିଶାକୁ ମାତ୍ର ୭୯୪୮୬ କେ ।ଟି ଟଙ୍କା ଦେଇଥିଲେ କିନ୍ତୁ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ଗତ ୫ ବର୍ଷରେ ପ୍ରାୟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ଏହା ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସରକାରଙ୍କୁ ଦୁଃଖ ଦେଇଛି କିନ୍ତୁ ସେମାନଙ୍କ ସୁରକ୍ଷା ସରକାରଙ୍କୁ ଅଧିକ ଚିନ୍ତିତ କରିଥିଲା । ତେବେ ସୁଖର କଥା ହେଉଛି, କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭଲ କାମ କରିଛନ୍ତି । ଅନ୍ୟପକ୍ଷରେ ଶାହା କହିଛନ୍ତି ଯେ ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଦ୍ୱାରା ଓଡ଼ିଶାର କୃଷକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନେ ଉପକୃତ ହେବେ । କୃଷିଜାତ ସାମଗ୍ରୀର ଏମ୍ଏସ୍ପି ବୃଦ୍ଧି ଯୋଗୁଁ ଓଡ଼ିଶାର କୃଷକ ବିଶେଷ ଭାବେ ଉପକୃତ ହେବେ । କାରଣ ଓଡ଼ିଶାର ମୋଟ କୃଷି ଉତ୍ପାଦନର ୭୦ ପ୍ରତିଶତ ଧାନ । ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବେଶ ଭଲ ପାଆନ୍ତି । କେନ୍ଦ୍ରରେ ଦ୍ୱିତୀୟ ପାଳିରେ ନରେନ୍ଦ୍ର ମୋଦିଙ୍କ ଯେଉଁ ସରକାର ଗଠନ ହୋଇଛି ସେଥିରେ ଓଡ଼ିଶାର ଯୋଗଦାନ ଢ଼େର ରହିଛି । ଓଡ଼ିଶାବାସୀ ୮ଟି ଲୋକସଭା ଆସନ ଓ ୩୮%ରୁ ଅଧିକ ଭୋଟ ଦେଇ ମୋଦିଙ୍କୁ ନିଜର ସମର୍ଥନ ଜଣାଇଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ ଦେ । ଗଜ ଦୂରୀ ବିଜେପି ଓ ସାଧାରଣ ଲେ ।କଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିପାରିବ ନାହିଁ । ଓଡ଼ିଶା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଶଦିଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି ଓ ଓଡ଼ିଶାବାସୀ ଏହାକୁ ମହତ୍ୱ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଓଡିଶାର ଭୂମି ଓ ଶ୍ରୀ ଜଗନ୍ନାଥଙ୍କୁ ମନରେ ସ୍ମରଣ କରି ଶ୍ରୀ ଶାହା ଓଡ଼ିଶାର କର୍ମକର୍ତ୍ତାଙ୍କୁ ସମ୍ବୋଧନ ଅବସରରେ ଓଡ଼ିଶାର ସମୃଦ୍ଧ ପରମ୍ପରା ଏବଂ ଭୀମଭୋଇ, ଉକ୍ରଳ ଗୌରବ ମଧୁସୂଦନ, ଉକ୍ରଳମଣି ଗୋପବନ୍ଧୁ ଦାସ, ରମା ଦେବୀ, ବକ୍ସି ଜଗବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କୁ ମନେ ପକାଇଥିଲେ । ବିଜେପି ମୁଖ୍ୟାଳୟରୁ ଶ୍ରୀ ଶାହା ଏହି ଭର୍ଚୁଆଲ ରାଲିକୁ ସମ୍ବୋଧନ କରି କହିଛନ୍ତି ଯେ ଭାରତକୁ ବିଶ୍ୱରେ ଏକ ଗୌରବମୟ ସ୍ଥାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କାମ କରୁଛନ୍ତି । କେନ୍ଦ୍ର ସରକାର ସିଧାସଳଖ ଭାବେ ଗରିବ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି । ଲୋକଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଗାଁରେ ବିଦ୍ୟୁତ ପହଞ୍ଚାଇ ଦେଇଛନ୍ତି । ପୂର୍ବରୁ ଯବାନଙ୍କ ଉପରେ ଆକ୍ରମଣ ହେଲେ ପୂର୍ବ ସରକାର ଚୁପ ରହୁଥିଲେ । ଏବେ ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ କରୁଛନ୍ତି । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତିନି ତଲାକକୁ ଉଚ୍ଛେଦ କରିଛନ୍ତି । ନୂଆ ଭାରତ ନିର୍ମାଣ ପାଇଁ ସରକାର ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜେପିର କର୍ମୀମାନେ କରୋନା ସମସ୍ୟା ସମୟରେ ରାସ୍ତାରେ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ବୋଲି ଉଲ୍ଲେଖ କରି ଓଡ଼ିଶାରେ ଏବେ ବି ବହୁ ଲୋକ ବିଭିନ୍ନ ସମସ୍ୟା ସହ ଜୁଝୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଅବସରରେ ଆୟୋଜିତ ଭର୍ଚୁଆଲ ରାଲିରେ ସରକାରଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ କରୋନା ମହାମାରୀ ପାଇଁ ଆଜି ବିଶ୍ୱ ବଦଳିଯାଇଛି,ଏଭଳି ସ୍ଥିତିରେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ କହିଥିଲେ-ମୁଁ ଆସିଲେ ବର୍ଷଓ୍ବାରୀ ହିସାବ ଦେବି । ବର୍ଷଓ୍ବାରୀ ହିସାବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ ମିଳିଲା । ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ତୁରନ୍ତ ୫୦୦ କୋଟିର ସହାୟତା ଦେଇଛି କେନ୍ଦ୍ର । ହଳଧର ନାଗଙ୍କୁ ପଦ୍ମ ପୁରସ୍କାର ଦେଇ ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସରକାର ରାବଣ ଛାୟାକୁ ସଂସ୍କୃତିର ସମ୍ମାନ ପ୍ରଦାନ କରିଛନ୍ତି ବୋଲି ଉଲ୍ଲେଖ କରି ଧର୍ମେନ୍ଦ୍ର କହିଥିଲେ ଯେ ବିଶ୍ୱର ଏହି ସମୟରେ ଅନେକ ପରିବର୍ତ୍ତନ ହୋଇଛି । ଭାରତ ଏକ ନୂଆ ଆତ୍ମବିଶ୍ୱାସକୁ ନେଇ ଅ ।ଗକୁ ଯାଇଛି । ଏକ ଦୃଢ ନେତୃତ୍ୱ ଯୋଗୁଁ ପୃଥିବୀରେ ଏକ ନୂଆ ସ୍ଥାନ ସୃଷ୍ଟି କରିଛି । ଗତ ନିର୍ବାଚନରେ ଦେଶର ଲୋକମାନେ ଓ ଓଡିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର କ୍ଷମତାକୁ ଆସିଛନ୍ତି । ସାଧାରଣ ଲୋକଙ୍କ ଦୁଃଖ କଷ୍ଟ ସମୟରେ ମୋଦି ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି । ଦେଶର ବିକାଶ ପାଇଁ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଯୁବ ନେତା ପୃଥ୍ୱୀରାଜ ହରିଚନ୍ଦନ ଏଥିରେ ଭାଗ ନେଇଥିଲେ ।