୨୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରରେ ୧୪୪ ଧାରା ଜାରୀ,ଭକ୍ତଙ୍କୁ ଦର୍ଶନ ମନା

୨୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରରେ ୧୪୪ ଧାରା ଜାରୀ,ଭକ୍ତଙ୍କୁ ଦର୍ଶନ ମନା

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଅଲାରନାଥ_ମନ୍ଦିରରେ_୧୪୪_ଧାରା_ଜାରୀ_ଭକ୍ତଙ୍କୁ_ଦର୍ଶନ_ମନା               ପୁରୀ   : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ଅଣସର ସେବା ତଥା ରାଜବୈଦ୍ୟଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଆର୍ୟୁର୍ବେଦିକ ଉପଚାର ଆରମ୍ଭ ହୋଇଥିବା ବେଳେ ଖାଲି ପଡିଛି ରତ୍ନ ସିଂହାସନ । ଶ୍ରୀଜୀଉମାନଙ୍କ ଆବର୍ତ୍ତମାନରେ ଶନିବାର ଠାରୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଯାହାକି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ ।

Alaranath Temple, Brahamgiri - ThavelHelp Blog

ଏହି ସମୟରେ ବ୍ରହ୍ମଗିରି ସ୍ଥିତ ଚତୁର୍ଦ୍ଧାମୂର୍ତି ନାରାୟଣ ତଥା ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଯାହାକୁ ନେଇ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆସନ୍ତାକାଲିଠୁ ଆରମ୍ଭ ହେବାର ଥିଲା । ହେଲେ ପ୍ରବଳ ଜନସମାଗମକୁ ଅଶଙ୍କା କରି ପ୍ରଶାସନ ପକ୍ଷରୁ ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରରେ ୧୪୪ ଧାରା ଜାରୀ କରାଯାଇଛି । ଦର୍ଶନାର୍ଥୀଙ୍କ ସମାଗମ ଏଡାଇବାକୁ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି । ଅଗାମୀ ୨୦ ତାରିଖ ମଧ୍ୟରାତ୍ରୀ ଯାଏଁ ଏହି ୧୪୪ ଧାରା ବଳବତର ରହିବ ବୋଲି ସ୍ଥାନୀୟ ତହସିଲଦାର ସୂଚନା ଦେଇଛନ୍ତି ।