ଶ୍ରୀ ପତିତପାବନ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣିମା, ହାତୀବେଶରେ ଦର୍ଶନ ଦେଲେ ଶ୍ରୀ ପତିତପାବନ

ଶ୍ରୀ ପତିତପାବନ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣିମା, ହାତୀବେଶରେ ଦର୍ଶନ ଦେଲେ ଶ୍ରୀ ପତିତପାବନ

ଓଡିଶା ଜିଲ୍ଲା ପୁରୀ

#ହାତୀବେଶରେ_ଦର୍ଶନ_ଦେଲେ_ଶ୍ରୀପତିତ_ପାବନ             ପିପିଲି : ( ବିଜୟ କୁମାର ମହାପାତ୍ର ) ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଅବସରରେ ପିପିଲି ଦର୍ଜିସାହି ଠାରେ ଥିବା ଶ୍ରୀପତିତପାବନ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ଦେବସ୍ନାନ ନୀତି ସଂମ୍ପର୍ଣ୍ଣ ହୋଇ ପ୍ରଭୁ ହାତୀ ବେଶରେ ଦର୍ଶନ ଦେଇଛନ୍ତି । ପ୍ରାତଃ ସମୟରେ ମନ୍ଦିରରେ ମଙ୍ଗଳ ଆଳତୀ ସହିତ ହୋମ ପୂଜା ଅର୍ଚ୍ଚନା କରାଯାଇ ପରେ ଦ୍ୱାରପୂଜା,ଖେଚୁଡି ଭୋଗ,ପୁଷ୍ପାଞଳୀ ଦିଆଯାଇଥିଲା । ଭୋର  ସମୟରୁ ସ୍ନାନ ମଣ୍ଡପ ଶୋଧ କରାଯାଇ ପ୍ରତିଷ୍ଠା କରାଯାଇଥିଲା । ସେବାୟତମାନେ ଗୋଟିପହଣ୍ଡିରେ ପ୍ରଥମେ ପତିତପାବନ,ଶ୍ରୀ ସୁଦର୍ଶନ,ଶ୍ରୀ ବଳଭଦ୍ର,ମା ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ସ୍ନାନମଣ୍ଡପରେ ବିଜେ କରାଇଥିଲେ । ଏହି ସମୟରେ ତ୍ରାସ ,ଛତ୍ରୀ,ଚାମର ବିଞ୍ଚଣା ,ଶଙ୍ଖ,କାହାଳି ବାଦନରେ ଭକ୍ତିମୟ ପରିବେଶ ସୃଷ୍ଠି ହୋଇଥିଲା । ପରେ ନିକଟରେ ପୁଣ୍ୟତ୍ୱୟା ୫୪ଟି କଳସରେ ଜଳସଂଗ୍ରହ କରାଯାଇଥିଲା । ରୀତିନୀତି ଅନୁଯାଇ ବିଗ୍ରହମାନଙ୍କ ଉପରେ ଶ୍ୱେତଶୋରିଷ, ଜବଧାନ, ରକ୍ତଚନ୍ଦନ, ମହୁ, କ୍ଷୀର,ହଳଦି ମିଶାଯାଇ ପ୍ରଲୋପ କରାଯାଇଥିଲା । ପରେ ଗଜମୋହୋଷୈାଧୀ , ସର୍ବମହୋଷୈାଧି ଶ୍ରୀଅଙ୍ଗରେ ଲାଗିକରାଯିବା ପରେ ଶୀ ବଳଭଦ୍ରଙ୍କୁ ୧୬,ମା ସୁଭଦା ଙ୍କୁ ୧୪,ଶ୍ରୀ ଜଗନ୍ନାଥଙ୍କୁ ୧୮,ସୁଦର୍ଶନ ଚକ୍ରଙ୍କୁ ୬ଟି କଳସରେ ଅଭିମିଶ୍ରିତ ଜଳରେ ସେବାୟତ ପୂଜକ ମାନେ ସ୍ନାନ କରାଇଥିଲେ । ଏହାପରେ ଠାକୁର ମାନଙ୍କୁ ନୂତନ ବସ୍ତ୍ର,ଚନ୍ଦନ,ତୁଳସୀ ଆଦି ଲାଗିପରେ ଟାହିଆ ଲଗାଯାଇଥିଲା । ତା ପରେ ନୈବେଦ୍ୟ,ଆଳତୀ ଓ ଉପଚାର ନୀତି କରାଯାଇଥିଲା । ଅପରାହ୍ନରେ ଶ୍ରୀଜୀଉ ମାନଙ୍କର ହାତୀବେଶ କରାଯାଇଥିଲା । ରାତି ୭ଟାରେ ଅଧରପଣା ନୀତି କରାଯାଇ ଅଣସର ଗୃହକୁ ପହଣ୍ଡିକରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ସୁରେଶ ମହାପାତ୍ର, କାର୍ଯ୍ୟକାରି ସଭାପତି ବବୁଲ ମହାପାତ୍ର,ମୁଖ୍ୟ ପୁଜକ ଲକ୍ଷ୍ମୀଧର ପଣ୍ଡା,ଦଇତା ସେବାୟତ ଜୟଦେବ ମହାପାତ୍ର,ଅକ୍ଷୟ ମହାପାତ୍ର,ଚନ୍ଦନ ମହାପାତ୍ର,ମୁଖ୍ୟ ଉପଦେଷ୍ଟା ନୃସିଂହ ମହାପାତ୍ର ପ୍ରମୁଖ ଏବଂ ରଥଯାତ୍ରା ପରିଚାଳନା କମିଟି ସଭାପତି ଇଂ.ରମେଶ ଚନ୍ଦ୍ର ଶତ୍ପଥି ଓ ସଂପାଦକ ପ୍ରଭାତ କୁମାର ମହାପାତ୍ର ସହଯୋଗ କରିଥିଲେ ।