୧୧ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ : ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ

୧୧ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ : ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ

ଓଡିଶା

#ଟିଟିଲାଗଡ଼ରେ_ସର୍ବାଧିକ_ତାପମାତ୍ରା_୪୫.୨_ଡିଗ୍ରୀ              ଭୁବନେଶ୍ୱର  :  ଗୁରବାର ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରବାଦ ଜାରି  ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ ରହିଥିଲା ବେଳେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଜିଲ୍ଲାର ତାପମାତ୍ରା ୪୩.୮ ଡିଗ୍ରୀ ରହିଥିଲା ବେଳେ ଭବାନୀ ପାଟଣାରେ ୪୩ ଡିଗ୍ରୀ, ମାଲକାନଗିରିରେ ୪୨.୫, ସମ୍ବଲପୁରରେ ୪୨.୩, ସୋନପୁରରେ ୪୨.୨, ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ହୀରାକୁଦରେ ୪୧.୧, ଫୁଲବାଣୀରେ ୪୦.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୫ ଡିଗ୍ରୀ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା । ତେବେ ଉତର ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ।