ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୭୫ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#ସୁସ୍ଥ_ହେଲେ_୭୫_କରୋନା_ଆକ୍ରାନ୍ତ            ଭୁବନେଶ୍ୱର   :  କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରାଜ୍ୟର ୧୨ଟି ଜିଲ୍ଲାର ୭୫ ଜଣ କରୋନା ଆକ୍ରାନ୍ତ ଗୁରୁବାର ଦିନ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୮୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି ।

ଗୁରୁବାର ଦିନ ସୁସ୍ଥ ହୋଇଥିବା ୭୫ ଜଣଙ୍କ ମଧ୍ୟରେ ଯାଜପୁରରୁ ୨୫ଜଣ, ଗଞ୍ଜାମରୁ ୧୯ଜଣ, କଟକରୁ ୯ଜଣ, ପୁରୀରୁ ୮ଜଣ, ନୟାଗଡରୁ ୩ଜଣ, କେନ୍ଦ୍ରାପଡାରୁ ୩ଜଣ, କନ୍ଧମାଳ , ବଲାଙ୍ଗୀରରୁ ୨ଜଣ ଲେଖାଏଁ ଏବଂ କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି ।

ଅପରପକ୍ଷରେ ଆଜି ରାଜ୍ୟରେ ୬୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୬୬୦ରେ ପହଂଚିଛି । ସେହିପରି ୮୮୭ ଜଣ ସୁସ୍ଥ ହୋଇଥିବା ବେଳେ ୭୬୬ଟି ସକ୍ରିୟ ମାମଲା ରହିଛି ।

କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହିଛି । ଗତକାଲି ରାଜ୍ୟରେ ୭୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଥିଲେ ୭୯ଜଣ ଆକ୍ରାନ୍ତ ।