ହୋମ୍ କ୍ୱାରେଣ୍ଟାଇନ୍ ସମୟରେ ଅଲଗା ରହିବେ ପ୍ରବାସୀ

ହୋମ୍ କ୍ୱାରେଣ୍ଟାଇନ୍ ସମୟରେ ଅଲଗା ରହିବେ ପ୍ରବାସୀ

ଓଡିଶା ବଡ ଖବର

#ହୋମ୍_କ୍ୱାରେଣ୍ଟାଇନ୍_ସମୟରେ_ଅଲଗା_ରହିବେ_ପ୍ରବାସୀ          ଭୁବନେଶ୍ୱର  :  ଓଡିଶାକୁ ଫେରୁଥିବା ପ୍ରବାସୀ ଓଡିଆଙ୍କୁ ନିୟମ ଅନୁଯାୟୀ ୨୮ ଦିନ ଯାଏଁ ସଙ୍ଗରୋଧରେ ରହିବାକୁ ବାଧ୍ୟହେବେ । ସରକାରୀ ସଂଗରୋଧ କେନ୍ଦ୍ରରେ ୨୧ ଦିନ ଏବଂ ୭ ଦିନ ନିଜ ଘରେ ସଂଗରୋଧରେ ରହିବେ । ଘରେ ସଙ୍ଗରୋଧରେ ରହିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସତର୍କତା ପାଳନ କରିବାକୁ ପଡ଼ିବ ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗ୍ଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତିମାନେ ଘରେ ରହିଲେ ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନଙ୍କ ଠାରୁ ଅଲଗା ରହିବାକୁ ପଡ଼ିବ । ସେମାନେ ବାହାରେ ବୁଲି ପାରିବେ ନାହିଁ । ସାମାଜିକ କାର୍ଯ୍ୟ ,ମନ୍ଦିର, ବିବାହ କାର୍ଯ୍ୟକ୍ରମ, ଅନ୍ୟ ଭୋଜିଭାତ ସ୍ଥଳକୁ ଯାଇପାରିବେ ନାହିଁ । ସରକାରୀ କ୍ୱାରେଂଟାଇନରୁ ଆସିଥିବା ବ୍ୟକ୍ତି ଘରେ ଥାଇ ମଧ୍ୟ ୭ ଦିନ ଯାଏଁ ମାସ୍କ ପିନ୍ଧିବେ । ଯଦି ଏହାରି ଭିତରେ ଅସୁସ୍ଥ ଅନୁଭବ କରନ୍ତି, ତାହେଲେ ୧୦୪କୁ ଫୋନ କରିବେ । ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି ।