ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ସ୍ୱତନ୍ତ୍ର_ବସରେ_୨୪_ଜଣ_ବିହାର_ଓ_ପଶ୍ଚିମବଙ୍ଗ_ଗଲେ     ପିପିଲି  : ( ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ୨୪ଜଣ ଶ୍ରମିକଙ୍କୁ ବିହାର ଓ ପଶ୍ଚିମବଙ୍ଗ କୁ ପିପିଲି ପୁଲିସ ସହେଯାଗରେ ପଠାଯାଇଛି ।  ସେମାନେ ନିଜ ଭିଟାମାଟିକୁ  ଚାଲିଚାଲି ଯିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିଥିବା ବେଳେ ପିପିଲି ପୋଲିସର ପ୍ରଚେଷ୍ଟାରେ ଏକ ସ୍ୱତନ୍ତ୍ର ବସରେ ଯୋଗାଇ ଦିଆଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ଓ ପିପିଲି ପୁଲିସ ର ଜୟଜୟକାର କରି ସେମାନେ ବସରେ ନିଜ ରାଜ୍ୟକୁ ଫେରିଛନ୍ତି । ବସଟି ସମସ୍ତଙ୍କୁ ନେଇ ଶୁକ୍ରବାର ସକାଳ ପ୍ରାୟ ସାଢେ ଆଠଟା ସମୟରେ ପିପିଲି ଥାନା ଛାଡିଛି । ଏହି ବସରେ ବିହାର ଔରଙ୍ଗାବାଦର ଜଣେ ମହିଳାଙ୍କ ସମେତ ୭ଜଣ ଓ ପଶ୍ଚିମବଙ୍ଗ ମୁର୍ଶିଦାବାଦର ୧୭ଜଣ ଶ୍ରମିକ ରହିଛନ୍ତି । ବସ ସେମାନଙ୍କ ରାଜ୍ୟର ସୀମାରେ ଛାଡିବ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।  ମିଳିଥିବା ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନରେ ଏହି ଶ୍ରମିକମାନେ ଜାତୀୟ ରାଜପଥରେ ଭୁବନେଶ୍ୱର ଅଭିମୁଖେ ଚାଲିଚାଲି ଯାଉଥିବାବେଳେ କୌଶଲ୍ୟାଗଙ୍ଗ ଠାରେ ଥିବା ଜିଲ୍ଲା ପ୍ରବେଶ ପଥର ପୁଲିସ ଚେକ୍‌ପୋଷ୍ଟଠାରେ ପୁଲିସ ନଜରରେ ଆସିଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପିପିଲିଥାନା ରେ  ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ସହ ସେମାନଙ୍କ ସଂପର୍କରେ ପଚାରି ବୁଝିଥିଲେ ।  ଥାନା ଅଧିକାରୀ ଶ୍ରୀସାହୁ ଜିଲ୍ଲା ପ୍ରଶାସନକୁ ଏସଂପର୍କରେ ଅବଗତ କରାଇବା ପରେ ସେମାନେ ନିଜ ରାଜ୍ୟକୁ ଫେରିବା ନେଇ ସୂଚନା ମିଳିଥିଲା । ପୁରୀ ଏସପି ଡଃ. ଉମାଶଙ୍କର ଦାଶ  ଓ ଜିଲ୍ଲାପାଳ ବଲବନ୍ତ ସିଂ ଙ୍କ ନଜରକୁ ଅଣାଯାଇ ସବୁ ସମସ୍ୟାର ସମାଧାନ ହୋଇ ପାରିଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଂଚଳିକ ପରିବହନ ଅଧିକାରୀ ବସ ଯୋଗାଇଦେଇଥିଲେ । ଆଜି ସକାଳେ ଏହି ଶ୍ରମିକମାନେ ପିପିଲି ଥାନାରେ ସକାଳ ଜଳଖିଆ ଖାଇବା ପରେ  ବସ ଯୋଗେ ଯାତ୍ରା ନିଜ ରାଜ୍ୟ ଅଭିମୁଖେ ବାହାରିଥିଲେ । ବସ ରେ ଶ୍ରୀସାହୁ ସମସ୍ତଙ୍କ ପାଇଁ ପିଇବା ପାଣି ବୋତଲ ମଗାଇ ଦେଇଥିଲେ ।ପୁଲିସ ର ଏହି ମହତ୍ୱ କାର୍ଯ୍ୟପାଇଁ ଅଞ୍ଚଳରେ ପ୍ରଶଂସା କରାଯାଇଛି ।