ସୁସ୍ଥ ହେଲେ ୧୨ ଜିଲ୍ଲାର ୬୫ କରୋନା ପଜିଟିଭ୍

ସୁସ୍ଥ ହେଲେ ୧୨ ଜିଲ୍ଲାର ୬୫ କରୋନା ପଜିଟିଭ୍

ଓଡିଶା ବଡ ଖବର

#ସୁସ୍ଥ_ହେଲେ_୬୫_କରୋନା_ପଜିଟିଭ୍                 ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ଦିନ ୧୨ ଜିଲ୍ଲାରୁ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ୧୪୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି ।
ଗୁରୁବାର ସୁସ୍ଥ ହୋଇଥିବା ୬୫ଜଣଙ୍କ ମଧ୍ୟରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମରୁ ୧୪ଜଣ, ଭଦ୍ରକରୁ ୮ଜଣ, କେନ୍ଦୁଝରରୁ ୭ଜଣ, ବଲାଙ୍ଗୀରରୁ ୬ଜଣ, ଖୋର୍ଦ୍ଧାରୁ ୩ଜଣ ଏବଂ ବାଲେଶ୍ୱର ଓ ଯାଜପୁରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ଗୁରୁବାର୧୩ଟି ଜିଲ୍ଲାରୁ ପୁଣି ୯୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୭୮କୁ ବୃଦ୍ଧି ପାଇଛି । ସେହିପରି ବର୍ତମାନ ରାଜ୍ୟରେ ୯୮୮ଟି ସକ୍ରିୟ ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।