ଲାଞ୍ଚ ନେଇ ବାଲିଅନ୍ତା ତହସିଲଦାର ଗିରଫ

ଲାଞ୍ଚ ନେଇ ବାଲିଅନ୍ତା ତହସିଲଦାର ଗିରଫ

ଓଡିଶା ମହାନଗର

#ଲାଞ୍ଚ_ନେଇ_ବାଲିଅନ୍ତା_ତହସିଲଦାର_ଗିରଫ                   ଭୁବନେଶ୍ୱର  : ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ।ଜଣେ ବିଲଡରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ  ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ବାଲିଅନ୍ତା  ତହସିଲ ଅଫିସର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଥିବା ଜଣାଯାଇଛି। ଏହାପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। ତେବେ ଲାଞ୍ଚ ନେବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରଶ୍ମୀରେଖା ପ୍ରଧାନ। ସେ କହିଛନ୍ତି ଯେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଡକାଯିବାରୁ ସେ ଆସିଛନ୍ତି। ତାଙ୍କୁ ଲାଞ୍ଚ ଦିଆନିଆ ବିଷୟରେ କିଛି ଜଣାନାହିଁ। ଅନ୍ୟ ପକ୍ଷରେ ସୂଚନା ରହିଛି ଯେ ଦୁଇ ଅଭିଯୁକ୍ତଙ୍କ ଘର, ଅଫିସ ଓ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଏକ ଜମିର କିସମ ବଦଳାଇବା ଲାଗି  ତହସିଲଦାର ରଶ୍ମୀରେଖା ପ୍ରଧାନ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କ ଜରିଆରେ ଜଣେ ବିଲଡରଙ୍କଠାରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି। ଶୁଣିବାକୁ ମିଳିଛି କି ସଂପୃକ୍ତ ବିଲଡରଙ୍କ ଠାରୁ ଏକ ଜମିର କିସମ ପରିବର୍ତ୍ତନ ଲାଗି ୧.୨୦ ଲକ୍ଷ ଟଙ୍କା ଦାବି କରା ଯାଇଥିଲା। ଏହାପ‌ରେ ସଂପୃକ୍ତ ବିଲଡର ଭିଜିଲାନ୍ସରେ ଏହା ଅଭିଯୋଗ କରିଥିଲେ।  ଫଳରେ ଯୋଜନାବଦ୍ଧ ଭାବେ ଲାଞ୍ଚ କାରବାର ହେଉଥିବା ସମୟରେ ଅଭିଯୁକ୍ତ ଧରାପଡ଼ିଥିଲେ। ଡାଟା ଏଣ୍ଟ୍ରି ଅପରେଟର ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରାପଡ଼ି ତହସିଲଦାରଙ୍କୁ ଦେବା ଲାଗି ସେ ନେଉଥିଲେ ବୋଲି ଭିଜିଲାନ୍ସ ଅଧିକାରୀଙ୍କୁ କହିଥିବା ଜାଣିବାକୁ ମିଳିଛି।