ସନ୍ଧ୍ୟା ୭ଟା ପରେ ପଦାକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସନ୍ଧ୍ୟା ୭ଟା ପରେ ପଦାକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଓଡିଶା ବଡ ଖବର ମହାନଗର

#ସନ୍ଧ୍ୟା_୭ଟା_ପରେ_ପଦାକୁ_ବାହାରିଲେ_କଡ଼ା_କାର୍ଯ୍ୟାନୁଷ୍ଠାନ        ଭୁବନେଶ୍ୱର  : ଏଣିକି ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ପଦାକୁ ବାହାରି ପାରି‌ବେ ନାହିଁ। ରାଜଧାନୀକୁ ରେଡ୍‌ଜୋନରେ ଘୋଷିତ କରାଯିବା ପରେ ପ୍ରଶାସନ ପକ୍ଷରୁ  କଟକଣା କଡା କଡି କରାଯାଉଛି। ଏହି ସମୟରେ କେବଳ ଜରୁରୀକାଳୀନ କାର୍ଯ୍ୟ ଓ ମାଲ୍ ପରିବହନ ଜାରି ରହିବ। ସେହିପରି ଔଷଧ ଦୋକାନକୁ ବାଦ୍‌ ଦେଇ ସହରରେ ଅନ୍ୟ ସବୁ ଦୋକାନ ବନ୍ଦ ରହିବ। ନିୟମ ଖିଲାପ କଲେ, ଜରିମାନା ଆଦାୟ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।   ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବାକୁ ପୋଲିସ ପକ୍ଷରୁ ମନା କରାଯାଇଛି।  ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କଡାକଡି କରାଯାଉଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଶ୍ରୀ ଷଡଙ୍ଗୀ କହିଛନ୍ତି, ସମସ୍ତ ଜୋନ୍‌ରେ ଏହା କାର୍ଯ୍ୟକାରୀ ହେବ। ହେଲେ ଜରୁରିକାଳୀନ ସେବା ଯୋଗାଉଥିବା କର୍ମଚାରୀ ଏବଂ ଜରୁରୀ ସାମଗ୍ରୀ ପାଇଁ ପ୍ରତିବନ୍ଧକରୁ ମୁକ୍ତ ବୋଲି ସେ ଟ୍ବିଟ୍‌ରେ ସୂଚନା ଦେଇଛନ୍ତି।ମେ’ ୧୭ ପର୍ଯ୍ୟନ୍ତ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି।

ଅପରପକ୍ଷେ ଶ୍ରୀ ଷଡ଼ଙ୍ଗୀଙ୍କ ଏହି ଘୋଷଣା ପରେ ପୁଲିସ ପକ୍ଷରୁ  ସୋମବାର ତତ୍ପରତା ପ୍ରକାଶ ପାଇଥିଲା। ସଂଧ୍ୟା ୭ଟା‌ ପରେ ବିଭିନ୍ନ ଛକ ଜାଗାଗୁଡ଼ିକରେ ଚେକିଂ କରାଯାଇ ବିନା ଜରୁରୀ କାମରେ ଗାଡ଼ି ଧରି ବାହାରକୁ ଆସିଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ପ୍ରାୟ ୧୭୩ ଜଣ ପୁଲିସ ହାବୁଡ଼ରେ ପଡ଼ି ଜରିମାନା ଗଣିଥିବା ଜଣା ପଡିଛି।