ଗୋଟିଏ ଦିନରେ ୬ କରୋନା ଆକ୍ରାନ୍ତ, ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୭୫ ଛୁଇଁଲା

ଗଞ୍ଜାମ ଜିଲ୍ଲାରେ ଆଉଜଣେ କରୋନା ପଜିଟିଭ ଚିହ୍ନଟ,ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ଓଡିଶା ବଡ ଖବର

#ଆଉଜଣେ_କରୋନା_ପଜିଟିଭ_ଚିହ୍ନଟ       ଭୁବନେଶ୍ୱର :  ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖଞା ୧୭୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରେ ଏହାକୁ ମିଶାଇ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର କେଉଁ ଅଞ୍ଚଳରୁ ଏହି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଗତ ୩ ତାରିଖରେ  ଗଞ୍ଜାମ ଜିଲ୍ଲାରୁ ପ୍ରଥମ ଥର ଲାଗି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  ସେଦୁହେଁ ସୁରତ ଫେରନ୍ତା ବୋଲିଜଣାଯାଇଥିଲା।  ଏଥିସହିତ ନୂତନ ସଂକ୍ରମିତ ଜିଲ୍ଲା ତାଲିକାରେ ସାମିଲ ହୋଇଥିଲା ଗଞ୍ଜାମ।