ଚଳିତ ବର୍ଷ ହେବନି ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା,ପାଠ୍ୟକ୍ରମ କମାଯାଇ ପ୍ରସ୍ତୁତ ହେବ ନୂତନ ସିଲାବସ୍‌

ଚଳିତ ବର୍ଷ ହେବନି ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା,ପାଠ୍ୟକ୍ରମ କମାଯାଇ ପ୍ରସ୍ତୁତ ହେବ ନୂତନ ସିଲାବସ୍‌

ଦେଶ -ବିଦେଶ ବଡ ଖବର

#ଚଳିତ_ବର୍ଷ_ହେବନି_୧୦ମ-ଶ୍ରେଣୀ_ବୋର୍ଡ_ପରୀକ୍ଷା            ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବନ୍ଦ ରଖାଯାଇଛି। ଚଳିତ ବର୍ଷ ଦେଶରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବନାହିଁ। ଆଜି ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ପ୍ରକାଶ ପାଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।କେବଳ ମାତ୍ର ଉତ୍ତର- ପୂର୍ବ ଦିଲ୍ଲୀରେ ମଝିରୁ ଅଟକି ଯାଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ ଏବଂ ବାକି ରହିଯାଇଥିବା ପରୀକ୍ଷାଗୁଡ଼ିକ କରାଯିବ। ତେବେ ପରୀକ୍ଷାର ତାରଖ ସ୍ଥର ହେଲେ ୧୦ ଦିନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ ବୋଲି କହିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ।

ସେହିପରି୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ବା ସିଲାବସ୍‌କୁ ବଦଳାଯାଇ ତା’ ସ୍ଥାନରେ ଆଉ ଏକ ନୂତନ ସିଲାବସ୍‌ର ପ୍ରଣୟନ କରାଯିବ। ପ୍ରସ୍ତୁତ ହେବାକୁ ଥିବା ନୂତନ ସିଲାବସ୍‌ରେ ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମର ମାତ୍ରାକୁ କମାଇ ଦିଆଯିବ। ଯାହାଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ଆଜି ଏସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖ ଠାରୁ ଲକ୍‌ଡାଉନ ଘୋଷଣା କରିବା ପରେ ସମଗ୍ର ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ସହ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଏ ପରିସ୍ଥିତିରେ ଗ୍ରୀଷ୍ମକାଳୀନ ଅବକାଶ ପରେ ବିଦ୍ୟାଳୟଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ କେବେ ଖୋଲିବ ଏବଂ ଶିକ୍ଷାଦାନ ପ୍ରକ୍ରିୟା ସ୍ୱାଭାବିକ ହେବ ସେ ସଂପର୍କରେ ଏବେ ଠାରୁ କଠିନ। ତେଣୁ, ଏପରିସ୍ଥିତିରେ ଯଦି ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ବା ସିଲାବସ୍‌କୁ ବଦଳା ନଯାଇ ପାଠ୍ୟକ୍ରମର ମାତ୍ରାକୁ କମ କରା ନଯାଏ, ତେବେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ଚାପଗ୍ରସ୍ତ ହୋଇପଡ଼ିବେ। ତେଣୁ, ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ବା ସିଲାବସ୍‌କୁ ବଦଳାଯାଇ ତା’ ସ୍ଥାନରେ ଆଉ ଏକ ନୂତନ ସିଲାବସ୍‌ର ପ୍ରଣୟନ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି  ଶ୍ଣୀ ନିଶାଙ୍କ।