ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ

ଶୌଚ ପାଇଁ ଯାଉଥିଲେ, ଦଳି ଦେଲା ହାତୀ

ଓଡିଶା ଜିଲ୍ଲା ମୟୂରଭଞ୍ଜ
#ଶୌଚ_ପାଇଁ_ଯାଉଥିଲେ,_ଦଳି_ଦେଲା_ହାତୀ          ବାରିପଦା : ( ଆଶିଷ କୁମାର ଦେ )  ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣଣେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଚତୁର୍ଭୁଜ ନାୟକ (୬୦)।
ରବିବାର ସକାଳେ ଚତୁର୍ଭୁଜ ଶୌଚ ହେବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ଏକ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା। ଏନେଇ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିବା ଜଣା ପଡିଛି। ମୃତଦେହ ପାଖରେ ଦୀର୍ଘ ସମୟ ଧରି ହାତୀ ପଲ ରହିଥିବା ଦେଖିବାକୁ ମିଳିଥିଲା। ତେଣୁ ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ। ଗାଁ ଲୋକଙ୍କ ସହିତ ମିଶି ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘଉଡ଼ାଇବାକୁ ପ୍ରୟାସ କରୁଛନ୍ତି।
ଶନିବାର ରାତିରେ ଗାଁ ମୁଣ୍ଡରେ ୫ଟି ହାତୀ ଏବଂ ଦୁଇଟି ଛୁଆ ହାତୀ ରହିଥିଲେ। ଏହି ହାତୀପଲ କୁଲଡ଼ିହା ଅଭୟାରଣ୍ୟରୁ ଆସିଥିବା କୁହାଯାଉଛି।