ବଜ୍ରପାତରେ ୭ଗାଈ ମୃତ

ବଜ୍ରପାତରେ ୭ଗାଈ ମୃତ

ଓଡିଶା ଗଞ୍ଜାମ ଜିଲ୍ଲା

#ବଜ୍ରପାତରେ_୭ଗାଈ_ମୃତ             ବ୍ରହ୍ମପୁର : ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ମାଡରେ ୭ ଟି ଗାଈ ସମେତ ୨ ଟି ବାଛୁରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ , ଶନିବାର ଦିନ ଗୋପୀନାଥପୁର ଗ୍ରାମର ପୂର୍ଣ୍ଣ ନାଇକ ନାମକ ଜଣେ ଯୁବକ ନିଜର ଗାଈମାନଙ୍କୁ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଖୋଲା ପଡ଼ିଆକୁ ଚରାଇବାକୁ ନେଇଥିଲେ । କିନ୍ତୁ ହଠାତ ଅପରାହ୍ନରେ ଆକାଶରେ କଳା ବାଦଲ ଘୋଟି ଆସି ପ୍ରବଳ ବର୍ଷା ସହ ବଡବଡ ଘଡଘଡି ମାରିଥିଲା । ପୂର୍ଣ୍ଣ ନିଜ ପରିବାର ପେଟ ପୋଷଣ କରୁଥିବା ଗାଇପଲକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଏକ ଗଛ ମୂଳକୁ ନେଇଯାଇଥିଲା । ଯାହାଫଳରେ କିଛି ସମୟପରେ ଏହି ବଜ୍ରପାତ ମାଡରେ ୭ ଟି ଗାଈ ସହ ୨ ବାଛୁରୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ଘଟଣାପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମୋହନ ଶବର ଓ ଗ୍ରାମବାସୀ ପହଞ୍ଚି ଭ୍ରମରପୁର ରାଜସ୍ବ ନିରୀକ୍ଷକ ସନାତନ ରଣାଙ୍କୁ ଖବର ଦେଇଥିଲେ । ଏହା ପରେ ତହସିଲଦାର ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ଶ୍ରୀ ରଣା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖି ଥିଲେ । ତେବେ ପୂର୍ଣ୍ଣଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ  ମୃତ୍ୟୁବରଣ କରିଥିବା ଗାଈ ମାନଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି ।