ରାଜିହେଲେ ଭାରତ-ଚୀନ, ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହେବ

ରାଜିହେଲେ ଭାରତ-ଚୀନ, ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହେବ

ଦେଶ -ବିଦେଶ ବଡ ଖବର

#ରାଜିହେଲେ_ଭାରତ-ଚୀନ,_ସମସ୍ତ ପ୍ରସଙ୍ଗର_ଶାନ୍ତିପୂର୍ଣ୍ଣ_ସମାଧାନ_ହେବ           ନୂଆଦିଲ୍ଲୀ  : ସାମରିକ ଏବଂ କୂଟନୈତିକ କାର୍ଯ୍ୟକଳାପ ମାଧ୍ୟମରେ ଭାରତ ଏବଂ ଚୀନ୍ ସୀମା ପ୍ରସଙ୍ଗର ସମାଧାନ ସହିତ ସମସ୍ତ ପ୍ରସଙ୍ଗର ସମାଧାନ ପାଇଁ  ରାଜି ହୋଇଛନ୍ତି । ଉଭୟ ପକ୍ଷର ସାମରିକ ଅଧିକାରୀମାନେ ପୂର୍ବ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଥିବା ଚୁସୁଲ-ମଲଦୋ ଠାରେ ଆଲୋଚନା କରିବାର ଗୋଟିଏ ଦିନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶନିବାର  କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ  ଚୀନ ପ୍ରତିପକ୍ଷ ମେଜର ଜେନେରାଲ ଲିୟୁ ଲିଙ୍କ ପ୍ରତିନିଧିତ୍ୱରେ ଆସିଥିବା ଦଳ ସହ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ରବିବାର ଦିନ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ ଉଭୟ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି। ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସୀମାବର୍ତ୍ତୀ ଅଞ୍ଚଳର ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଏବଂ ନେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ବିକାଶ ପାଇଁ ଭାରତ-ଚୀନ୍ ସୀମା ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ଜରୁରୀ ।