ଖେଳ ହେଲା କାଳ !

ଖେଳ ହେଲା କାଳ !

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର
#ଖେଳ_ହେଲା_କାଳ    ହିଞ୍ଜଳିକାଟୁ : ଗଞ୍ଜାମ ଜିଲ୍ଲାର ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ ଆଜି ସକାଳେ କେତକ ପିଲା କ୍ରିକେଟ ଖେଳୁଥିବା ବେଳେ ଦୁଇ ଜଣ ନାବାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ନାବାଳକର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ସାମାନ୍ୟ  ଗଣ୍ଡଗୋଳକୁ କେନ୍ଦ୍ର କରି କ୍ରିକେଟ୍ ଖେଳୁଥିବା ନାବାଳକ ସଞ୍ଜୟ ବେହେରା(୧୩) ସେଠାରେ ବସିଥିବା ବିଭୁ ସେଠୀ (୧୩)କୁ ବ୍ୟାଟ୍‌ରେ ପିଟିଥିଲା । ଏହାଫଳରେ ବିଭୁର କାନ ପାଖରେ ଜୋରରେ ଆଘାତ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ବିଭୁର ମୃତ୍ୟୁ ଘଟିଥିଲା । ବିଭୁର ଜେଜେ ବିଜୟ ସେଠୀ ହିଞ୍ଜିଳିକାଟୁ ଥାନାରେ ଏତଲା ଦେବା ପରେ ପୋଲିସ କେସ ନଂ୧୧୩/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରର ବଡ ଡାକ୍ତରଖାନାକୁ ପଠାଯାଇଛି ବୋଲି ହିଞ୍ଜିଳିକାଟୁ ଥାନା ଅଧିକାରୀ ଶ୍ରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସଞ୍ଜୟ ବେହେରାକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ମୃତ ବିଭୁ ଖରିଡ଼ା ଗାଁର କେଶବ ସେଠୀଙ୍କ ପୁଅ ଓ ସେ ହିଞ୍ଜିଳିକାଟୁ ବ୍ଳକ୍ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ ବୋଲି ଜଣାଯାଇଛି।