ଲିଡ ବ୍ୟାଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ୧୮୮୧.୪୭ କୋଟି ଋଣ

ଲିଡ ବ୍ୟାଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ୧୮୮୧.୪୭ କୋଟି ଋଣ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଲିଡ_ବ୍ୟାଙ୍କ_ପକ୍ଷରୁ_ପ୍ରଦାନ_କରାଯିବ_୧୮୮୧.୪୭_କୋଟି_ଋଣ        କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାର ୨୦୨୦-୨୧ ମସିହା ପାଇଁ ବାର୍ଷିକ ଋଣ ଯୋଜନା ୧୮୮୧.୪୭ କୋଟି ଟଙ୍କା ଅଟକଳ କରା ଯାଇଥିବା ଜଣା ପଡିଛି । ଲିଡ ବ୍ୟାଙ୍କ ପକ୍ଷରୁ ଏହି ଋଣ ଯୋଜନା ସଂପର୍କିତ ପୁସ୍ତିକା ଉନ୍ମୋଚନ ଅବସର ରେ ଜଣା ପଡିଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜାତୀୟ କରଣ ବ୍ୟାଙ୍କ ମାନଙ୍କର ଋଣ ପ୍ରଦାନ ଲକ୍ଷ୍ୟକୁ ଆକଳନ କରାଯାଇ ଏହି ଋଣ ଯୋଜନା କାର୍ଯ୍ୟକାରୀ କରାଯିବ । ଜିଲ୍ଲାର ସମସ୍ତ ଆତ୍ମ ନିର୍ଭରଶୀଳ ବ୍ୟକ୍ତି ମାନଙ୍କ ସହ କୃଷି, ଶିଳ୍ପ, କ୍ଷୁଦ୍ରଶିଳ୍ପ, ବ୍ୟବସାୟ ଓ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଥିବା ଉତ୍ସୁକ ବ୍ୟକ୍ତି ମାନେ ଋଣ ନେଇ ଅତ୍ମ ନିର୍ଭରଶୀଳ ହୋଇ ପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ମୁତାବକ
ଆତ୍ମ ନିଯୁକ୍ତି ଲକ୍ଷ୍ୟରେ ବ୍ୟାଙ୍କ ମାନେ ଋଣ ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତି ନିଆ ଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ୟାଙ୍କ ପରିଚାଳକ ମାନଙ୍କ ବୈଠକରେ ଋଣ ଯୋଜନା ସଂପର୍କିତ ପୁସ୍ତକକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ । ଏହି ଋଣ ପ୍ରଦାନ ଲକ୍ଷ୍ୟ ଗତବର୍ଷ ଠାରୁ ୫% ଅଧିକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣା ପଡିଛି । ଏହି ଋଣ ର ୧୮୪୬.୩୨
କୋଟି ଟଙ୍କା ପାରମ୍ପରିକ କୃଷି ଓ ଅଣ ପାରମ୍ପରିକ କୃଷି, ଜଳ ସେଚନ ପ୍ରଭୃତି ର ମୈାଳିକ ବିକାଶ ପାଇଁ ଋଣ ପ୍ରଦାନ କରାଯିବ ବୋଲି ଜଣା ପଡିଛି । ଓ ଅବଶିଷ୍ଟ ଅଂଶ ଅନ୍ୟାନ୍ୟ ନନ୍ ପ୍ରାୟୋରିଟି ବିଭାଗର ବିକାଶ ଲକ୍ଷ୍ୟରେ ଉଦୋଗୀ ମାନଙ୍କୁ ଋଣ ପ୍ରଦାନ କରାଯିବ ବୋଲି ଜଣା ପଡିଛି । ଏହି ବାର୍ଷିକ ଋଣ ଯୋଜନା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରେଭିନିୟୁ) ନରହରି ସେଠୀ, ଡାଇରେକ୍ଟର ଆରସେଟ ର ମଳୟ କୁମାର ମିତ୍ର, ଡିଡିଏମ ନାର୍ବାଡ ଅଶୋକ କୁମାର ଆଚାର୍ଯ୍ୟ, ଏଫଆଇ ବାମଦେବ ସାହୁ ଙ୍କ ସହ କେତେକ ବ୍ୟାଙ୍କ ପରିଚାଳକ ମାନେ ଉପସ୍ଥିତ ଥିଲେ ।