ଲକ୍ ଡାଉନ୍ ପରିସ୍ଥିତିକୁ ସ୍ୱୀକାର କରନ୍ତୁ

ଲକ୍ ଡାଉନ୍ ପରିସ୍ଥିତିକୁ ସ୍ୱୀକାର କରନ୍ତୁ

ଓଡିଶା ବଡ ଖବର

#ଲକ୍_ଡାଉନ୍_ପରିସ୍ଥିତିକୁ_ସ୍ୱୀକାର_କରନ୍ତୁ                    ଭୁବନେଶ୍ୱର  : କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଅବଧିକୁ ଦ୍ୱିତୀୟ ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଲକ୍ ଡାଉନ୍ ସମୟରେ ଅଧିକାଂଶ ଲୋକ ଘରେ ପ୍ରାୟ ସମୟ କଟୁଥିବାରୁ ମାନସିକ ସନ୍ତୁଳନ ବ୍ୟାଘାତ ହେବାର ଆଶଙ୍କା ରହିଛି । ତେବେ କିପରି ଭାବେ ଏହି ସମୟକୁ ଅତିବାହିତ କରିବାକୁ ପଡ଼ିବ ତାହାକୁ ନେଇ ୧୨ଟି ସରଳ ସୂତ୍ର ଦେଇଛନ୍ତି ଇଣ୍ଡିଆନ୍ ସାଇକାଟ୍ରିକ ସୋସାଇଟିର ଓଡ଼ିଶା ଚାପ୍ଟରର ମୁଖ୍ୟ ତଥା ମନୋଚିକିତ୍ସକ ଡାକ୍ତର ଅମ୍ବିତ ପାଟ୍ଟଯୋଷୀ । ଏହି ୧୨ଟି ସୂତ୍ରକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

୧. ଲକ୍ ଡାଉନ୍ ପରିସ୍ଥିତିକୁ ସ୍ୱୀକାର କରନ୍ତୁ । ଏହାକୁ ଗ୍ରହଣ କଲେ ଆମକୁ ଶକ୍ତି ମିଳିବ । ଅସ୍ୱୀକାର କଲେ କଷ୍ଟ ମିିଳିବ ।
୨ . ସାହସ ରଖନ୍ତୁ, ଅଶା ରଖନ୍ତୁ । ପ୍ରଶାସନ ଉପରେ ଭରସା ଜଣାନ୍ତୁ ।
୩ . ଭୟ ଓ ଆଶଙ୍କା ଏକ ସ୍ୱାଭାବିକ ପ୍ରତିକ୍ରିୟା । ଏଥିଲାଗି ପରସ୍ପର ସହିତ ନିଜକୁ ଯୋଡ଼ିବାକୁ ପଡ଼ିବ, ପରସ୍ପରକୁ ଆଶ୍ୱାସନା ଦିଅନ୍ତୁ ।
୪ . ପାରସ୍ପରିକ ମନୋମାଳିନ୍ୟ ଭୁଲି ଏକାଠି ହୋଇ କାମ କରନ୍ତୁ ।
୫. ଅନେକ ଲୋକ ଲକଡାଉନରେ ରହୁଛନ୍ତି । କର୍ମଜୀବନ, ଗୃହସ୍ଥଜୀବନ ଓ ସାମାଜିକ ଜୀବନ ଏକାଠି ହୋଇଛି । ଏହା ସମସ୍ୟା ସୃଷ୍ଟି କରିପାରେ । ତେଣୁ ଘରର       ସୀମାରେଖା ମଧ୍ୟରେ ଏହି କାମକୁ ଅଲଗା ଅଲଗା କରନ୍ତୁ । ସମୟକୁ ବିଭାଜନ କରି ବ୍ୟବହାର କରନ୍ତୁ ।
୬. ବ୍ୟକ୍ତିଗତ ତ୍ୟାଗର ସମୟ ଆସୁଛି । କଷ୍ଟର ସମୟ ସରିନାହିଁ । ଏବେଠାରୁ ପ୍ରସ୍ତୁତ ରହନ୍ତୁ ।
୭. ଧନୀ, ଗରିବ, ସହରବାସୀ-ଗ୍ରାମବାସୀ କରୋନା ଆଗରେ ସମାନ । ନିଜକୁ କେବେ ବି ପରିସ୍ଥିତିର ଶିକାର ବୋଲି ଭାବନ୍ତୁ ନାହିଁ ।
୮. ପରସ୍ପର ପ୍ରତି ସହନଶୀଳ ହୁଅନ୍ତୁ । ପରସ୍ପରକୁ ସହଯୋଗର ହାତ ବଢାନ୍ତୁ ।
୯. ମିଥ୍ୟା ଆଶ୍ୱାସନା ପାଇଁ ନିଶା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ ।
୧୦ . ସଂକ୍ରମିତ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ଦୋଷୀ ଆଖିରେ ଦେଖନ୍ତୁ ନାହିଁ ।
୧୧. ପ୍ରତ୍ୟେକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମ·ରୀଙ୍କୁ ସମ୍ମାନ ଦିଅନ୍ତୁ । ସମବେଦନାସୂଚକ ବ୍ୟବହାର ପ୍ରଦର୍ଶନ କରନ୍ତୁ ।
୧୨. ନିଜର ସମୟକୁ ନିଜେ ସଜାଡି ନିଅନ୍ତୁ । ଶାରୀରିକ ପରିଶ୍ରମ କରନ୍ତୁ, ମାନସିକ କସରତ କରନ୍ତୁ ଓ ବିଶ୍ରାମ ନିଅନ୍ତୁ ।