ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ

ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ

ଓଡିଶା ବଡ ଖବର

#ରାଜ୍ୟରେ_ସ୍ୱାସ୍ଥ୍ୟ_ବିପର୍ଯ୍ୟୟ_ପ୍ରଶମନ_ତାଲିମ_କେନ୍ଦ୍ର_ପ୍ରତିଷ୍ଠା_ଉପରେ_ଗୁରୁତ୍ୱାରୋପ            ଭୁବନେଶ୍ୱର    :    କୋଭିଡ୍-୧୯ ସଂପର୍କିତ ଉଚ୍ଚ କ୍ଷମତା ସଂପନ୍ନ ଗୋଷ୍ଠୀ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନବକିଶୋର ଦାସ ପ୍ରସ୍ତାବ ଦେଇ କହିଲେ ଯେ ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ଏବଂ ତା’ସହିତ ସମସ୍ତ ପ୍ରମୁଖ ରୋଗର ନିବାରଣ ଉକ୍ରର୍ଷ ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଭିନ୍ନ ଚିକିତ୍ସା ପଦ୍ଧତି ସଂପର୍କରେ ଗବେଷଣା, ପ୍ରତିରୋଧ କ୍ଷମତା କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ୍ । ଏହା ଦ୍ୱାରା ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ଆପଦକାଳୀନ ସ୍ଥିତିର କିପରି ସମ୍ମୁଖୀନ ହେବାକୁ ପଡ଼ିବ ସେ ସଂପର୍କରେ ତାଲିମପ୍ରାପ୍ତ ହେବା ସହିତ ମେଡିକାଲ, ନର୍ସିଂ, ଫାର୍ମାସି ଓ ଅନ୍ୟ ପାରାମେଡିକାଲ୍ ପାଠ୍ୟକ୍ରମ ସଂପର୍କରେ ଅବଗତ ହୋଇପାରିବେ ।
ରାଜ୍ୟରେ ବହୁଳ ମାତ୍ରାରେ ଔଷଧ କମ୍ପାନୀ ଓ ମେଡ଼ିକାଲ୍ ଉପକରଣ ପ୍ରସ୍ତୁତି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଓଡ଼ିଶା ଏ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ରାଜ୍ୟ ଭାବେ ପରିଗଣିତ ହେବା ସହ ଆବଶ୍ୟକ କ୍ଷେତ୍ରରେ ରାଜ୍ୟ ବାହାରକୁ ଓ
ବିଦେଶକୁ ମଧ୍ୟ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସଂକଟ ସମୟରେ ଔଷଧ ଓ ମେଡିକାଲ୍ ଉପକରଣ ରପ୍ତାନୀ କରିପାରିବ ।
ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ଅଧିକ ସଂଖ୍ୟକ କୋଭିଡ୍-୧୯ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ ଫଳରେ କରୋନା ସଂକ୍ରମଣ ରୋକା ଯାଇପାରିବ । ଏଥି ପାଇଁ ଆବଶ୍ୟକ ସଂଖ୍ୟକ ପରୀକ୍ଷଣ କିଟ୍ ତୁରନ୍ତ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ସହିତ ସଙ୍ଗ!ରୋଧରେ ରହୁଥିବା ବ୍ୟକ୍ତି ଏବଂ ସେମାନଙ୍କର ଚଳପ୍ରଚଳ ସଂପର୍କରେ କୋଭିଡ୍-୧୯ ନିରୀକ୍ଷଣ ଟିମ୍ ନିରନ୍ତର ନଜର ରଖିବା ଓ ରୋକ୍ ଲଗାଇବା ଦରକାର ।
ବୁର୍ଲାସ୍ଥିତ ଭିମ୍ସାର ପାଇଁ ଗୋଟିଏ କୋଭିଡ୍ ପରୀକ୍ଷଣ ମେସିନ୍ ଯୋଗାଇ ଦିଅ ।ଯାଇଥିବାବେଳେ ଅଞ୍ଚଳର ଜନସଂଖ୍ୟାକୁ ଦୃଷ୍ଟିରେ ଅଧିକ ଦୁଇଟି ମେସିନ୍ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ପ୍ରସ୍ତାବ ରଖିଛନ୍ତି । ଏହା ଫଳରେ ସଂପୃକ୍ତ ଅଞ୍ଚଳରେ ବହୁଳ ଭାବରେ କରୋନା ସଂକ୍ରମିତ ରୋଗୀଙ୍କର ପରୀକ୍ଷା ହୋଇପାରିବ । ସେହିପରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍, ଭୁବନେଶ୍ୱରର ସମ୍ ହସ୍ପିଟାଲ୍, କିମ୍ସ ହସ୍ପିଟାଲ୍, ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ଠାରେ ମଧ୍ୟ କରୋନା ଭୂତାଣୁ ପରୀକ୍ଷଣ ସୁବିଧା ହୋଇପାରିବ ।
ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରତ୍ୟେକ ଦିନ ୧୦୦୦ କୋଭିଡ୍ ରକ୍ତ ନମୁନା ପରୀକ୍ଷା କରାଯାଉଛି । ଅ ।ଗାମୀ ଦିନରେ ଏହାକୁ ୨୦୦୦ ରୁ ୩୦୦୦କୁ ବୃଦ୍ଧି କରିବାକୁ ସ୍ଥିର ହୋଇଛି । ଦିଲ୍ଲୀରେ ପ୍ରତି ୯ଟି ନମୁନାରୁ ୧ ପଜିଟିଭ, ତାମିଲନାଡୁରେ ପ୍ରତି ୧୦ଟି ନମୁନାରୁ ୧ ପଜିଟିଭ ବାହାରୁଥିବାବେଳେ ଓଡ଼ିଶାରେ
ଏହି ହାର ପ୍ରତି ୧୦୦ ନମୁନାରୁ ୧ ପଜିଟିଭ ରହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗ ଦର୍ଶନ ଓ ଅନ୍ୟ ରାଜ୍ୟମାନଙ୍କ ଦ୍ୱାରା ପାଳନ କରାଯାଉଥିବା କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରି ଏକ ମାର୍ଗଦର୍ଶୀକା ପ୍ରସ୍ତୁତି ନିମନ୍ତେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।