ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ନୂତନ ସଂକ୍ରମଣ ନାହିଁ

ଦେଶ -ବିଦେଶ ବଡ ଖବର

#ପୁଣି_ଜଣେ_କରୋନା_ଆକ୍ରାନ୍ତ_ସୁସ୍ଥ_ହେଲେ               ଭୁବନେଶ୍ବର :  ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ବୁଧବାର ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି ଏବଂ କୌଣସି ନମୁନା ପଜିଟିଭ୍ ବାହାରି ନାହିଁ। ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଟୁଇଟ୍ କରି ଜଣାଇଛି ସ୍ବାସ୍ଥ୍ୟ ବିଭାଗ। ଏଥିସହ ବୁଧବାର ରାଜ୍ୟରେ କେହି ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ବୋଲି ସ୍ପଷ୍ଟ କରିଛିସ୍ବସ୍ଥ୍ୟ ବିଭାଗ। ଫଳରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତ ସଂଖ୍ୟା ୧୯ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଚିକିତ୍ସିତ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ହ୍ରାସ ପାଇଛି।

ରାଜ୍ୟରେ ବୁଧବାର ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା ହୋଇଥିବା ମଧ୍ୟ ଜଣାଇଛି ସ୍ବାସ୍ଥ୍ୟ ବିଭାଗ। ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ପରୀକ୍ଷାଗାରରେ ୧୧୯୭ଟି କୋଭିଡ୍୧୯ ନମୁନା ପରୀକ୍ଷା କରାଯାଇଛି ଆଉ ସବୁ ନମୁନା ନେଗେଟିଭ୍ ଆସିଛି। ଏହି କାରଣରୁ ସ୍ବାସ୍ଥ୍ୟ ବିଭାଗ ଆଜିର ଦିନକୁ ଏକ ଉଲ୍ଲେଖନୀୟ ଦିନ ବୋଲି ଟୁଇଟରେ ଅଭିହିତ କରିଛି।

ସୂଚନାଯୋଗ୍ୟ, ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୬୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୫ ଜଣ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ, କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ମେଦିନିପୁର ଅଞ୍ଚଳରୁ ଭୁବନେଶ୍ୱରରେ ଚିକିତ୍ସା ହେବାକୁ ଆସି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।