ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ସାଇନା ଅଗ୍ରଓ୍ଵାଲ ଟପ୍ପର

ଓଡିଶା

କଳାହାଣ୍ଡି : ଇନଷ୍ଟିଚ୍ୟୁଟ୍‌ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟରମିଡିଏଟ୍‌ ଓ ଫାଉଣ୍ଡେସନ ପରୀକ୍ଷାର ଫଳାଫଳ ଆଜି ପ୍ରକାଶିତ ହୋଇଛି । ସିଏ ଫାଉଣ୍ଡେସନ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଝିଅ ସାଇନା ଅଗ୍ରଓ୍ଵାଲ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ମୋଟ ୪୦୦ ମାର୍କରୁ ୩୬୫ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି ।

କଳାହାଣ୍ଡି ଜୁନାଗଡ଼ର ବାସିନ୍ଦା ସାଇନା ଏବେ ରାୟପୁରର ଅଗ୍ରସେନ କଲେଜରେ ଯୁକ୍ତ ୩ ବାଣିଜ୍ୟ ପଢୁଛନ୍ତି । ତାଙ୍କ ପିତା ସୁନୀଲ କୁମାର ଅଗ୍ରଓ୍ଵାଲ ଜୁନାଗଡ଼ର ଜଣେ ବ୍ୟବସାୟୀ ।