ଲକଡାଉନରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ରାୟଗଡାର ମୁସଲିମ ସ୍ବେଚ୍ଛାସେବୀ

ଲକଡାଉନରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ରାୟଗଡାର ମୁସଲିମ ସ୍ବେଚ୍ଛାସେବୀ

ଓଡିଶା ଜିଲ୍ଲା ବଡ ଖବର ରାୟଗଡା

#ଗରିବ_ଲୋକଙ୍କୁ_ଖାଇବାକୁ_ଦେଉଛନ୍ତି_ରାୟଗଡାର_ମୁସଲିମ_ସ୍ବେଚ୍ଛାସେବୀ        ରାୟଗଡା  : ( ଗୁରୁ ପ୍ରସାଦ  ସାହୁ ) ଗୋଟିଏ ପଟେ ଭୟାନକ ଜୀବାଣୁ କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରି ସାରା ପୃଥିବୀ ପୃଷ୍ଟରେ ହଜାର ହଜାରଙ୍କ  ଜୀବନ କୁ ଆତ୍ମସାତ କରିବାରେ ଲାଗିଛି। ଏହି ଭୟାନକ ଜୀବାଣୁ କୁ ନିୟନ୍ତ୍ରଣ କରିବା ବା ନିପାତ କରିବାରେ ସାରା ପୃଥୁବୀ ର ବଡ ବଡ ବୈଜ୍ଞାନିକ ହାର ମାନି ଯାଇଛନ୍ତି।     ଘରେ ରହିବା ସହ ସଫା ସୁତରା ରହିବା ଦ୍ୱାରା ଏହି ରୋଗ ଆଗକୁ ବଢି ପାରିବ ନାହିଁ ଦୃଷ୍ଟିରେ ରଖି ରାଜ୍ୟ ତଥା କେନ୍ଦ୍ର ସରକାର ଲକଡାଉନ କରିଛନ୍ତି ।  କିନ୍ତୁ ଏପରି ସ୍ଥିତିରେ କିଛି ଲୋକ  ଏହି ଲକଡାଉନରେ ମୁଠାଏ ଖାଇବାକୁ ପାଉ ନାହାନ୍ତି।  ଏଭଳି ପରିସ୍ଥିତି କୁ ଅନୁଧ୍ୟାନ କରି ରାୟଗଡା ସହର ର କିଛି ମୁସଲିମ ଭାଇ ମାନେ  ଭୋକିଲାଙ୍କ ପାଇଁ ନିଜ ଘରୁ ରାନ୍ଧି ୧୦୦ ପକେଟ ଖାଦ୍ୟ  ରାୟଗଡା ସହରର ବିଭିନ୍ନ ସ୍ଥାନ ବୁଲି ଭୋକିଲାଙ୍କୁ ଖାଇବା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି ।ସେହି ମୁସଲିମ ଭାଇମାନେ ହେଉଛନ୍ତି ଶେଖ ଅସୀମ,ଶେଖ ସଲିମ,ଶେଖ ଦାଦାଯୀ ଓ ଶେଖ ବୋକାରୀ।ଏଭଳି ସଙ୍କଟ ପୂର୍ଣ ପରିସ୍ଥିତିରେ ଏପରି ମହତ କାର୍ଯ୍ୟ କରୁଥିବା ଯୁବ ସମାଜ କୁ ଜିଲ୍ଲା ବାସୀ ଧନ୍ୟବାଦ ଓ ଆଶୀର୍ବାଦ  ଦେଉଛନ୍ତି।