ଯାଜପୁରର ବରିଷ୍ଠ କଂଗ୍ରେସ ନେତାଙ୍କ ବିୟୋଗରେ ଶୋକ

ଯାଜପୁରର ବରିଷ୍ଠ କଂଗ୍ରେସ ନେତାଙ୍କ ବିୟୋଗରେ ଶୋକ

ଓଡିଶା ଜିଲ୍ଲା ଯାଜପୁର

#ବରିଷ୍ଠ_କଂଗ୍ରେସ_ନେତାଙ୍କ_ବିୟୋଗରେ_ଶୋକ      ଯାଜପୁର : ଯାଜପୁର ମ୍ୟୁନିସିପାଲିଟିର ୧୬ ନମ୍ବର ୱାର୍ଡ଼ସ୍ଥିତ ଚମ୍ପାମଡ଼େଇ ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ହରିସାମନ୍ତ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ନୃସିଂହ ଚରଣ ପଣ୍ଡାଙ୍କର ଗତକାଲି ରାତି ୧୦ଟା ୩୦ମି. ସମୟରେ ପରଲୋକ ହୋଇଯାଇଛି । ସେ ଜଣେ ମେଳାପି, ଆଦର୍ଶ ଛାତ୍ର ବତ୍ସଳ ପ୍ରଧାନଶିକ୍ଷକ ଭାବରେ ଯାଜପୁର ସହରରେ ବେଶ୍ ଜଣାଶୁଣା ଥିଲେ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବରେ ସେ ପ୍ରାୟ ନିଜ ୱାର୍ଡ଼ରୁ ୩ ଥର ପୌରପାଳିକାର ପୂର୍ବତନ କଂଗ୍ରେସ କର୍ପୋରେଟରମାନଙ୍କୁ ବିଜୟୀ କରାଇଥିଲେ । ଯାଜପୁରରୁ ବହୁ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ । ତାଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ସାଂସଦ ପାଣ୍ଠିରୁ ମା’ ବିରଜାଙ୍କର ପାଦ ପ୍ରକ୍ଷାଳନ ଓ ଜନକଲ୍ୟାଣ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । କିଡ଼ନୀ ଓ ଉଚ୍ଚ ରକ୍ତଚାପ ତଥା ମଧୁମେହ ରୋଗରେ ଦୀର୍ଘ ୨ ମାସରୁ ଉଦ୍ଧ୍ୱର୍ ହେବ ଚିକିତ୍ସିତ ହେବା ପରେ ମଧ୍ୟ କଟକରୁ ଫେରି ନିଜ ବାସଭବନରେ ସେ ୭୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଶବାଧାରରେ ପୂର୍ବତନ ଏମ୍.ପି. ଅଞ୍ଚଳ ଦାସ, କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ସାଧାରଣ ସମ୍ପାଦକ ହୃଷିକେଶ ପତି, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଉପସଭାପତି ବିଭୂତି ମହାପାତ୍ର, ପିସିସି ସମ୍ପାଦକ ଭାସ୍କର ମହାନ୍ତି, ଉପସଭାପତି ଦୁର୍ଯ୍ୟୋଧନ ବେହେରା, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ବେହେରା, ମହାବୀର ଜିମ୍ନାସିୟମର ଅଧ୍ୟକ୍ଷ ନୀଳକଣ୍ଠ ମିଶ୍ର, ଯୁବ କଂଗ୍ରେସ ସଭାପତି ସନ୍ତୋଷ ବେହେରା, ବିମ୍ବାଧର ନାୟକ, କୈଳାସ ବେହେରା, ଆଦିତ୍ୟ ରାଉଳ, ଚକ୍ରଧର ଦାସ, ଆଦିତ୍ୟ ନାୟକ, ଚକ୍ରଧର ସାହୁ, ରମାକାନ୍ତ ବାରିକ, ଅଶ୍ୱିନୀ ଦାସ, ସତ୍ୟେନ କର, ଅଶୋକ ପାଣିଗ୍ରାହୀ, ହିନ୍ଦୀ ଶିକ୍ଷଣ ସଂସ୍ଥାନ ସମ୍ପାଦକ ରବି ଶତପଥି, ସେକ୍ ସଲାଉଦ୍ଦିନ୍ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ତାଙ୍କର ଶବକୁ ବାଜା ଓ କୀର୍ତ୍ତନ ସହକାର ନିଆଯାଇ ନିକଟସ୍ଥ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ଉନ୍ମୁକ୍ତ ସାମନ୍ତ ମୁଖାଗ୍ନି ଦେଇଥିଲେ । ତାଙ୍କର ଶବାଧାରରେ ତିନି ଝିଅ, ନାତି ନାତୁଣୀ, ବନ୍ଧୁବାନ୍ଧବ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।