ଯାଜପୁରରେ କରୋନା ସମୀକ୍ଷା କଲେ ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦା

ଯାଜପୁରରେ କରୋନା ସମୀକ୍ଷା କଲେ ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦା

ଓଡିଶା ଜିଲ୍ଲା ଯାଜପୁର
#ଯାଜପୁରରେ_କରୋନା_ସମୀକ୍ଷା_କଲେ_ପ୍ରମୋଦ_ମେହେର୍ଦ୍ଦା        ଯାଜପୁର : ( ବିଶ୍ବଜିତ ରଣା ) ଜିଲ୍ଲାରେ ସମସ୍ତ କ୍ବାରେଣ୍ଟାଇନ୍ କେନ୍ଦ୍ର ମାନଙ୍କର ମୌଳିକ ସୁବିଧା ଗୁଡିକ ସୁନିଶ୍ଚିତ କରିବା ସହ ଏକ ଡାଟା ବେଶ୍ ପ୍ରସ୍ତୁତି ପାଇଁ ରାଜ୍ୟପାଳଙ୍କ ସଚିବ ତଥା ଯାଜପୁର ଜିଲ୍ଲା କରୋନା ପାଇଁ ନିଯୁକ୍ତ ମନିଟରିଂ ଅଫିସର ଡା.ପ୍ରମୋଦ ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି।ସ୍ଥାନୀୟ ସର୍କିଟ ହାଉସ୍ ରେ  ରାଜ୍ୟପାଳଙ୍କ ସଚିବ ଶ୍ରୀ  ମେହେର୍ଦ୍ଦା ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ,ଅତିରିକ୍ତ  ଜିଲ୍ଲାପାଳ (ରାଜସ୍ୱ)ଅକ୍ଷୟ ମଲ୍ଲିକ,ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,ପ୍ରମୁଖ ଉପସ୍ଥିତ ଥିଲେ।ଏହା ପରେ ଯାଜପୁର ଏନ୍.ସି କଲେଜ ସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ରହୁଥିବା ବ୍ୟକ୍ତିଙ୍କ ବିଷୟରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ।
ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମକୁ ପରିଦର୍ଶନ ଓ ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ ରେ ସିଡିଏମଓ ସୁଧାଂଶୁ ଶେଖର ବଳ,ଡା.ପାର୍ଥସାରଥୀ ମିଶ୍ର ,ଏଡିଏମଓ ପିକେ ନାଥ ଶର୍ମା ଓ ଡିପିଏମ୍ ଚିନ୍ମୟ କୁମାର ବରାଳ ଙ୍କ ସହ ଆଲୋଚନା କରିଥିଲେ।ଏଥି ସହ ଡୁବୁରି ସ୍ଥିତ ଟାଟା ମେଡିକା କୋଭିଡ୍ ହସ୍ପିଟାଲ କୁ ଶ୍ରୀ ମେହେର୍ଦ୍ଦା ପରିଦର୍ଶନ କରିଥିଲେ।